Prophecies Against the Leaders 
11
1 ଅନନ୍ତର ଏକ ପବନ ମୋତେ ଉଠାଇଲା ଏବଂ ସଦାପ୍ରଭୁଙ୍କ ମନ୍ଦିରର ପୂର୍ବାଭିମୁଖ ପୂର୍ବଦ୍ୱାର ନିକଟକୁ ମୋତେ ବୋହି ଆଣିଲା। ଆଉ ମୁଁ ଦେଖିଲି ସେହି ପ୍ରବେଶ ଦ୍ୱାର ନିକଟରେ ପଚିଶ୍ ଜଣ ବ୍ୟକ୍ତି ଉପସ୍ଥିତ ଥିଲେ। ଆଉ ସେମାନଙ୍କ ମଧ୍ୟରେ ମୁଁ ଅସସୁରର ପୁତ୍ର ଯାସନିୟଙ୍କୁ ଦେଖିଲି। ଏବଂ ଲୋକମାନଙ୍କର ଅଧିପତି ବନାୟର ପୁତ୍ର ପ୍ଲଟିୟକୁ ଦେଖିଲି। 
2 ଏବଂ ପରମେଶ୍ୱର ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ଏହି ଲୋକମାନେ ପାପପୂର୍ଣ୍ଣ ଯୋଜନା କରନ୍ତି ଓ ଏ ନଗର ମଧ୍ୟରେ କୁମନ୍ତ୍ରଣାସବୁ ଦିଅନ୍ତି। 
3 ଏହି ଲୋକମାନେ କହନ୍ତି, ‘ଆମ୍ଭେମାନେ ଯଥା ଶୀଘ୍ର ଗୃହ ପୁନର୍ବାର ନିର୍ମାଣ କରିଦେବୁ। ଆମ୍ଭେମାନେ ହଣ୍ଡାରେ ମାଂସ ତୁଲ୍ୟ ଏହି ନଗରରେ ସୁରକ୍ଷିତ।’ 
4 ତେଣୁ ହେ ମନୁଷ୍ୟ ପୁତ୍ର, ତୁମ୍ଭେ ସେମାନଙ୍କ ବିରୁଦ୍ଧରେ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କର।” 
5 ତା’ପରେ ସଦାପ୍ରଭୁଙ୍କର ଆତ୍ମା ମୋ’ ଉପରେ ଅଧିଷ୍ଠିତ ହେଲେ ଓ ମୋତେ କହିଲେ, “ତୁମ୍ଭେ ସେମାନଙ୍କୁ କୁହ, ସଦାପ୍ରଭୁ ଏହିକଥା କହନ୍ତି, ହେ ଇସ୍ରାଏଲବାସୀ, ତୁମ୍ଭେ ଏହି କଥା କହୁଅଛ। କିନ୍ତୁ ତୁମ୍ଭମାନଙ୍କ ମନରେ ଯେଉଁ ବିଷୟ ଉଠୁଅଛି, ଆମ୍ଭେ ତାହା ଜାଣୁ। 
6 ତୁମ୍ଭେମାନେ ଏହି ନଗରରେ ବହୁତ ଲୋକଙ୍କୁ ହତ୍ୟା କରିଅଛ ଓ ତହିଁରେ ପଥସବୁ ନିହତ ଲୋକଙ୍କ ଶବରେ ପୂର୍ଣ୍ଣ କରିଅଛ। 
7 ଏଣୁ ସଦାପ୍ରଭୁ ଆମ୍ଭର ପ୍ରଭୁ ଏହି କଥା କହନ୍ତି, ‘ତୁମ୍ଭେ ଯେଉଁ ମୃତ ଶରୀରଗୁଡ଼ିକ ନଗରରେ ରଖିଲ ତାହା ମାଂସ ଓ ନଗର ଏକ ପାତ୍ର ଅଟେ। ମାତ୍ର ତୁମ୍ଭମାନଙ୍କୁ ତହିଁ ମଧ୍ୟରୁ ବାହାର କରାଯିବ। 
8 ତୁମ୍ଭେମାନେ ଖଡ଼୍ଗକୁ ଭୟ କରିଅଛ; ଏବଂ ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ଖଡ଼୍ଗ ଆଣିବା।’” ସଦାପ୍ରଭୁ, ମୋର ପ୍ରଭୁ ଏହା କହନ୍ତି। 
9 “ଆମ୍ଭେ ତୁମ୍ଭମାନଙ୍କୁ ଏହି ନଗର ମଧ୍ୟରୁ ବାହାର କରି ଆଣି ବିଦେଶୀମାନଙ୍କ ହସ୍ତରେ ସମର୍ପଣ କରିବା ଓ ତା’ପରେ ଆମ୍ଭେ ତୁମ୍ଭମାନଙ୍କର ବିଗ୍ଭର କରିବା। 
10 ତୁମ୍ଭେମାନେ ଖଡ଼୍ଗରେ ପତିତ ହେବ; ଆମ୍ଭେ ଇସ୍ରାଏଲର ସୀମା ମଧ୍ୟରେ ତୁମ୍ଭମାନଙ୍କର ବିଗ୍ଭର କରିବା; ତହିଁରେ ତୁମ୍ଭେମାନେ ଜାଣିବ ଯେ ଆମ୍ଭେ ସଦାପ୍ରଭୁ ଅଟୁ। 
11 ଏବଂ ଏହି ନଗର ତୁମ୍ଭମାନଙ୍କ ପାଇଁ ହଣ୍ଡା ହେବ ନାହିଁ କିଅବା ତୁମ୍ଭେମାନେ ତାହା ମଧ୍ୟରେ ମାଂସ ହେବ ନାହିଁ। ଆମ୍ଭେ ଇସ୍ରାଏଲ ସୀମା ମଧ୍ୟରେ ତୁମ୍ଭର ବିଗ୍ଭର କରିବା। 
12 ଏବଂ ତୁମ୍ଭେମାନେ ଜାଣିବ ଯେ, ଆମ୍ଭେ ସଦାପ୍ରଭୁ ଅଟୁ। ଯାହାର ନିୟମ ତୁମ୍ଭେମାନେ ଅନୁସରଣ କରି ନାହଁ ଓ ଯାହାର ଶାସନ ତୁମ୍ଭେମାନେ ମାନି ନାହଁ, କିନ୍ତୁ ତୁମ୍ଭ ଚତୁର୍ପାର୍ଶ୍ୱରେ ଥିବା ଦେଶଗୁଡ଼ିକର ପ୍ରଥା ଅନୁସରଣ କରିଛ।” 
13 ଏବଂ ମୁଁ ଏହି ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କଲାବେଳେ ବନାୟର ପୁତ୍ର ପ୍ଲଟିୟ ମଲା। ତହିଁରେ ମୁଁ ଭୂମିରେ ମୁହଁ ମାଡ଼ି କ୍ରନ୍ଦନ କରି କହିଲି, “ହେ ସଦାପ୍ରଭୁ, ମୋର ପ୍ରଭୁ, ତୁମ୍ଭେ କ’ଣ ଇସ୍ରାଏଲର ଅବଶିଷ୍ଟାଂଶ ଲୋକମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଶେଷ କରିବ?” 
Prophecies Against 
Survivors in Jerusalem
Survivors in Jerusalem
14 ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 
15 “ହେ ମନୁଷ୍ୟ ପୁତ୍ର, ଯିରୁଶାଲମ ନିବାସୀମାନେ ତୁମ୍ଭର ଭ୍ରାତୃଗଣ, ତୁମ୍ଭର କୁଟୁମ୍ବଗଣ ପ୍ରକୃତରେ ସମଗ୍ର ଇସ୍ରାଏଲୀୟମାନଙ୍କୁ ଯିରୁଶାଲମର ଅଧିବାସୀମାନେ କହିଲେ, ‘ସଦାପ୍ରଭୁଙ୍କଠାରୁ ଦୂରେଇ ରୁହ, ଏହି ଦେଶ ଉତ୍ତରାଧିକାରୀ ସୂତ୍ରରେ ଆମ୍ଭଙ୍କୁ ଦିଆଯାଇଛି।’ 
16 “ଏଥିପାଇଁ ସଦାପ୍ରଭୁ ଆମ୍ଭମାନଙ୍କର ପ୍ରଭୁ ଏହି କଥା କହନ୍ତି, ‘ଯଦ୍ୟପି ଆମ୍ଭେ ସେମାନଙ୍କୁ ନାନା ଜାତିଗଣ ମଧ୍ୟକୁ ଦୂରୀକୃତ କରିଅଛୁ ଓ ଯଦ୍ୟପି ଆମ୍ଭେ ସେମାନଙ୍କୁ ନାନା ଦେଶ ମଧ୍ୟରେ ଛିନ୍ନଭିନ୍ନ କରିଅଛୁ, ଆମ୍ଭେ ଅଳ୍ପ ସମୟ ପାଇଁ ସେମାନଙ୍କର ମନ୍ଦିର ସ୍ଥଳ ହେବା। 
17 ଏଥିପାଇଁ ସେମାନଙ୍କୁ କୁହ, ସଦାପ୍ରଭୁ ମୋର ପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭମାନଙ୍କୁ ବିଭିନ୍ନ ଗୋଷ୍ଠୀ ମଧ୍ୟରୁ ଏକତ୍ରିତ କରିବା ଏବଂ ତୁମ୍ଭେମାନେ ଛିନ୍ନଭିନ୍ନ ହୋଇଥିବା ଦେଶମାନଙ୍କରୁ ତୁମ୍ଭମାନଙ୍କୁ ସଂଗ୍ରହ କରିବା ଏବଂ ଆମ୍ଭେ ତୁମ୍ଭମାନଙ୍କୁ ଇସ୍ରାଏଲର ଭୂମି ଦେବା। 
18 ପୁଣି ସେମାନେ ସେ ଦେଶକୁ ଯିବେ ଓ ତହିଁରେ ଯାବତୀୟ ପ୍ରତିମା ବସ୍ତୁ ଓ ଘୃଣାଯୋଗ୍ୟ ବିଷୟସବୁ ସେ ସ୍ଥାନରୁ ଦୂର କରିବେ। 
19 ଏବଂ ଆମ୍ଭେ ସେମାନଙ୍କୁ ଏକ ହୃଦୟ ଦେବା ଓ ସେମାନଙ୍କର ଅନ୍ତରରେ ଏକ ନୂତନ ଆତ୍ମା ସ୍ଥାପନ କରିବା। ଆମ୍ଭେ ସେମାନଙ୍କଠାରୁ କଠିନ ହୃଦୟ ଦୂର କରି, ସେମାନଙ୍କୁ କୋମଳ ହୃଦୟ ଦେବା। 
20 ତହିଁରେ ସେମାନେ ଆମ୍ଭର ବିଧି ମାନିବେ ଏବଂ ଆମ୍ଭର ନିୟମସବୁ ରଖିବା ପାଇଁ ଯତ୍ନବାନ୍ ହେବେ ଏବଂ ସେମାନେ ମଧ୍ୟ ଆମ୍ଭର ଲୋକ ହେବେ ଓ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା।’” 
The Glory of the Lord Leaves Jerusalem 
21 ତା’ପରେ ପରମେଶ୍ୱର କହିଲେ, “କିନ୍ତୁ ଯେଉଁମାନଙ୍କର ହୃଦୟ ଘୃଣ୍ୟ ଓ କଳୁଷିତ ମୂର୍ତ୍ତିଗୁଡ଼ିକୁ ଅନୁସରଣ କରେ, ଆମ୍ଭେ ସେମାନଙ୍କୁ ସେମାନଙ୍କର କୁକର୍ମ ଅନୁସାରେ ଦଣ୍ଡିତ କରିବା।” ସଦାପ୍ରଭୁ ମୋର ପ୍ରଭୁ ଏହା କହିଛନ୍ତି। 
22 ଅନନ୍ତର କିରୁବଗଣ ନିଜ ନିଜ ପକ୍ଷ ଉଠାଇଲେ, ଆଉ ଚକ୍ରସବୁ ସେମାନଙ୍କ ପାର୍ଶ୍ୱରେ ଥିଲା। ଆଉ ଇସ୍ରାଏଲର ପରମେଶ୍ୱରଙ୍କର ମହିମା ସେମାନଙ୍କ ଊର୍ଦ୍ଧ୍ୱରେ ବିଦ୍ୟମାନ ଥିଲା। 
23 ଏହା ପରେ ସଦାପ୍ରଭୁଙ୍କର ମହିମା ନଗର ମଧ୍ୟରୁ ଊର୍ଦ୍ଧ୍ୱଗମନ କରି ନଗରର ପୂର୍ବଦିଗସ୍ଥିତ ପର୍ବତ ଉପରେ ସ୍ଥଗିତ ହେଲା। 
24 ତା’ପରେ ଗୋଟିଏ ପବନ ମୋତେ ଉଠାଇଲା ଏବଂ ନିର୍ବାସିତରୂପେ ମୋତେ ବାବିଲକୁ ନେଇଗଲା। ପରମେଶ୍ୱରଙ୍କର ଆତ୍ମା ଦ୍ୱାରା ମୁଁ ଦର୍ଶନରେ ଏହିସବୁ ଜିନିଷଗୁଡ଼ିକ ଦେଖିଲି। ତା’ପରେ ଯେଉଁ ଦର୍ଶନ ମୁଁ ଦେଖିଥିଲି ଗ୍ଭଲିଗଲା। 
25 ତା’ପରେ ସଦାପ୍ରଭୁ ମୋତେ ଯାହା ଯାହା ବିଷୟ ଦେଖାଇ ଥିଲେ, ସେହି ସମସ୍ତ ବିଷୟ ମୁଁ ନିର୍ବାସିତ ଲୋକମାନଙ୍କୁ ଜଣାଇଲି। 
