Israel Complains, So God Sends Food
16
1 ଏହା ପରେ ଇସ୍ରାଏଲର ସମସ୍ତ ସମାଜ ଏଲୀମ ଛାଡ଼ି ସୀନୟ ମରୁଭୂମିକୁ ଗଲେ, ଯାହାକି ଏଲୀମ ସୀନୟର ମଝିରେ ଥିଲା। ସେମାନେ ମିଶର ଛାଡ଼ିବାର ଦ୍ୱିତୀୟ ମାସର ପଞ୍ଚଦଶ ଦିନରେ ସେଠାରେ ପହଞ୍ଚିଲେ।
2 ଏହା ପରେ ସମଗ୍ର ଇସ୍ରାଏଲୀୟ ସମାଜ ମରୁଭୂମିଠାରେ ମୋଶା ଓ ହାରୋଣଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ।
3 ଲୋକମାନେ କହିଲେ, “ଏହା ବହୁତ ଭଲ ହୋଇଥା’ନ୍ତା, ଯଦି ସଦାପ୍ରଭୁ ଆମ୍ଭମାନଙ୍କୁ ମିଶରରେ ହତ୍ୟା କରିଥା’ନ୍ତେ। ସେଠାରେ ଆମ୍ଭର ପ୍ରଚୁର ଖାଦ୍ୟ ଥିଲା। ଆମ୍ଭେ ଆବଶ୍ୟକ ପରିମାଣର ଖାଦ୍ୟ ସେଠାରେ ପାଉଥିଲୁ। କିନ୍ତୁ ତୁମ୍ଭେ ଆମ୍ଭଙ୍କୁ ଏଠାକୁ ଆଣିଲ। ତୁମ୍ଭେ ଏଠାରେ ଆମ୍ଭକୁ ଭୋକରେ ମାରିବାକୁ ଗ୍ଭହଁ କି?”
4 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଦେଖ ଆମ୍ଭେ ତୁମ୍ଭମାନଙ୍କ ପାଇଁ ଆକାଶ ମାର୍ଗରୁ ଖାଦ୍ୟଦ୍ରବ୍ୟ ବୃଷ୍ଟି କରିବା। ଲୋକମାନେ ପ୍ରତିଦିନ ବାହାରକୁ ଯାଇ ତାଙ୍କର ଆବଶ୍ୟକ ପରିମାଣରେ ଖାଦ୍ୟ ସଂଗ୍ରହ କରି ଆଣିବେ। ଏଥିରୁ ଜଣା ପଡ଼ିବ ଯେ ସେମାନେ ଆମ୍ଭର ବ୍ୟବସ୍ଥା ଅନୁସାରେ ଚଳୁଛନ୍ତି ନା ନାହିଁ।
5 ପ୍ରତ୍ୟେକ ଲୋକ ଦିନକ ପାଇଁ ଯେତିକି ଖାଦ୍ୟ ଦରକାର ସେତିକି ଖାଦ୍ୟ ସଂଗ୍ରହ କରିବେ। କିନ୍ତୁ ଶୁକ୍ରବାର ଦିନ, ଯେତେବେଳେ ଲୋକମାନେ ତାଙ୍କର ଖାଦ୍ୟ ପ୍ରସ୍ତୁତ କରିବେ, ସେତେବେଳେ ସେମାନେ ଦେଖିବେ ଯେ ତାହା ଦୁଇଗୁଣ ହୋଇଯିବ।”
6 ତେଣୁ ମୋଶା ଏବଂ ହାରୋଣ ଇସ୍ରାଏଲର ଲୋକମାନଙ୍କୁ କହିଲେ, “ଆଜି ରାତିରେ ତୁମ୍ଭେମାନେ ସଦାପ୍ରଭୁଙ୍କର ଶକ୍ତି ଦେଖି ପାରିବ। ତୁମ୍ଭେମାନେ ଜାଣି ପାରିବ ଯେ, ସଦାପ୍ରଭୁ ତୁମ୍ଭମାନଙ୍କୁ ମିଶରରୁ ଉଦ୍ଧାର କରିଛନ୍ତି।
7 ଆସନ୍ତାକାଲି ପ୍ରଭାତରେ ତୁମ୍ଭେମାନେ ପରମେଶ୍ୱରଙ୍କର ମହିମା ଦେଖିବ। ସଦାପ୍ରଭୁ ତୁମ୍ଭମାନଙ୍କର ଅଭିଯୋଗ ଶୁଣିଛନ୍ତି, ଯାହା ତୁମ୍ଭେମାନେ ଆମ୍ଭ ବିରୁଦ୍ଧରେ କଲ। କିନ୍ତୁ ଆମ୍ଭେମାନେ କିଏ? ପ୍ରକୃତରେ ତୁମ୍ଭେ ଆମ୍ଭମାନଙ୍କ ବିରୁଦ୍ଧରେ ଆପତ୍ତି କରୁ ନାହଁ, ମାତ୍ର ସଦାପ୍ରଭୁଙ୍କ ବିରୁଦ୍ଧରେ ଆପତ୍ତି କରୁଅଛ।”
8 ଏବଂ ମୋଶା କହିଲେ, “ତେଣୁ ଆଜି ରାତ୍ରିରେ ସେ ତୁମ୍ଭମାନଙ୍କୁ ମାଂସ ଭୋଜନ କରିବାକୁ ଦେବେ। ଏବଂ ପ୍ରଭାତରେ ସେ ତୁମ୍ଭମାନଙ୍କୁ ଆବଶ୍ୟକ ପରିମାଣରେ ରୋଟୀ ମଧ୍ୟ ଦେବେ। ସଦାପ୍ରଭୁ ତୁମ୍ଭମାନଙ୍କର ଅଭିଯୋଗ ଶୁଣିଛନ୍ତି। ଯାହା ତୁମ୍ଭେ ଆମ୍ଭ ବିରୁଦ୍ଧରେ କଲ। କିନ୍ତୁ ଆମ୍ଭେ କିଏ? ପ୍ରକୃତରେ ତୁମ୍ଭେମାନେ ଆମ୍ଭମାନଙ୍କ ବିରୁଦ୍ଧରେ ଆପତ୍ତି କରୁ ନାହଁ। ମାତ୍ର ସଦାପ୍ରଭୁଙ୍କ ବିରୁଦ୍ଧରେ ଆପତ୍ତି କରୁଅଛ।”
9 ଏହା ପରେ ମୋଶା ହାରୋଣଙ୍କୁ କହିଲେ, “ଇସ୍ରାଏଲର ସମସ୍ତ ଲୋକଙ୍କୁ, ‘ସଦାପ୍ରଭୁଙ୍କ ସମ୍ମୁଖରେ ଏକତ୍ରିତ ହେବାକୁ କୁହ। ଯେହେତୁ ସେ ତୁମ୍ଭମାନଙ୍କର ଅଭିଯୋଗ ଶୁଣିଲେ।”’
10 ଯେତେବେଳେ ହାରୋଣ ଇସ୍ରାଏଲୀୟମାନଙ୍କୁ କହିଲେ, ସେମାନେ ମରୁଭୂମି ଆଡ଼କୁ ବୁଲି ଗ୍ଭହିଁଲେ। ହଠାତ୍ ମେଘ ମଧ୍ୟରେ ସଦାପ୍ରଭୁଙ୍କ ମହିମା ଆବିର୍ଭାବ ହେଲା।
11 ସଦାପ୍ରଭୁ ମୋଶାଙ୍କୁ କହିଲେ,
12 “ଆମ୍ଭେ ଇସ୍ରାଏଲର ଅଭିଯୋଗ ଶୁଣିଅଛୁ। ତେଣୁ ସେମାନଙ୍କୁ କୁହ, ‘ଆଜି ରାତିରେ ତୁମ୍ଭେମାନେ ମାଂସ ଭକ୍ଷ୍ୟଣ କରିବ। ଏବଂ ପ୍ରଭାତରେ ତୁମ୍ଭର ଆବଶ୍ୟକ ପରିମାଣର ରୋଟୀ ଖାଇବ। ଏଥିରେ ତୁମ୍ଭେମାନେ ଜାଣି ପାରିବ ଯେ, ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।’”
13 ସେହି ରାତିରେ ଭାଟୁଇ ପକ୍ଷୀଗଣ ଆସିଲେ ଏବଂ ଛାଉଣିକୁ ଆଚ୍ଛାଦିତ କଲେ। ଏବଂ ପ୍ରଭାତରେ ଛାଉଣି ସ୍ଥାନରେ ଗ୍ଭରିଆଡ଼େ କାକରର ଏକ ସ୍ତର ଥିଲା।
14 ଏହା ପରେ କାକର ବିନ୍ଦୁସବୁ ଉର୍ଦ୍ଧକୁ ଉଠିଯିବାରୁ ଭୂମିସ୍ଥ କାକର ପରି ଗୋଲାକାର କ୍ଷୁଦ୍ର ଦ୍ରବ୍ୟ ମରୁଭୂମି ଉପରେ ପଡ଼ି ରହିଲା।
15 ଇସ୍ରାଏଲର ଲୋକମାନେ ଏହାକୁ ଦେଖି କଥାବାର୍ତ୍ତା ହେଲେ। “ଏଗୁଡ଼ିକ କ’ଣ?” ସେମାନେ ଏପରି କହିଲେ କାରଣ ସେମାନେ ଜାଣି ନ ଥିଲେ ଏଗୁଡ଼ିକ କ’ଣ ଥିଲା। ତେଣୁ ସେମାନେ ମୋଶାଙ୍କୁ ପଗ୍ଭରିଲେ, ତେଣୁ ମୋଶା ସେମାନଙ୍କୁ କହିଲେ, “ଏଗୁଡ଼ିକ ଖାଦ୍ୟ, ତୁମ୍ଭମାନଙ୍କ ପାଇଁ ସଦାପ୍ରଭୁଙ୍କର ଦାନ।
16 ସଦାପ୍ରଭୁ କହନ୍ତି, ‘ତୁମ୍ଭେମାନେ ପ୍ରତ୍ୟେକ ଆପଣା ନିମନ୍ତେ ଯେତେ ଦରକାର ତାହା ସଂଗ୍ରହ କର। ତୁମ୍ଭମାନଙ୍କ ପ୍ରତ୍ୟେକ ଜଣ ନିଜ ନିଜ ତମ୍ବୁସ୍ଥିତ ପ୍ରାଣୀମାନଙ୍କ ସଂଖ୍ୟା ଅନୁସାରେ ଏକ ଏକ ଜଣ ପାଇଁ ଏକ ଏକ ଓମର ପରିମାଣରେ ତାହା ସଂଗ୍ରହ କର।’”
17 ତେଣୁ ଇସ୍ରାଏଲର ଲୋକମାନେ ଏହିପରି କଲେ। ପ୍ରତ୍ୟେକ ଲୋକ ଖାଦ୍ୟ ସଂଗ୍ରହ କଲେ। କିଛି ଲୋକ ଅନ୍ୟମାନଙ୍କଠାରୁ ଅଧିକ ଖାଦ୍ୟ ସଂଗ୍ରହ କଲେ।
18 ଏହା ପରେ ସେମାନେ ତାଙ୍କର ପରିବାରରେ ଖାଦ୍ୟ ବଣ୍ଟନ କଲେ। ଏଥିରେ ଯେଉଁମାନେ ଅଧିକ ସଂଗ୍ରହ କରିଥିଲେ ତାଙ୍କର ଖାଦ୍ୟ ବଳିଲା ନାହିଁ କି ଯେଉଁମାନେ କମ୍ ଖାଦ୍ୟ ସଂଗ୍ରହ କରିଥିଲେ ତାଙ୍କର ଅଭାବ ହେଲା ନାହିଁ।
19 ମୋଶା ସେମାନଙ୍କୁ କହିଲେ, “ଆସନ୍ତା ଦିନ ପାଇଁ ଖାଦ୍ୟ ସଂଗ୍ରହ କରି ରଖ ନାହିଁ।”
20 କିନ୍ତୁ କେତେକ ଲୋକ ସେମାନଙ୍କର କଥାକୁ ଧ୍ୟାନ ଦେଲେ ନାହିଁ। ଯେଉଁ ଖାଦ୍ୟ ଲୋକମାନେ ସଞ୍ଚୟ କରି ରଖିଥିଲେ, ସକାଳ ପର୍ଯ୍ୟନ୍ତ ତାହା ପୋକମାନଙ୍କ ଦ୍ୱାରା ଦୂଷିତ ହେଲା ଏବଂ ଦୁର୍ଗନ୍ଧ କଲା। ମୋଶା ସେମାନଙ୍କ ଉପରେ କ୍ଷୁବ୍ଧ ହେଲେ।
21 ପ୍ରତ୍ୟେକ ସକାଳେ ଲୋକମାନେ ସେମାନଙ୍କର ଖାଦ୍ୟ ସଂଗ୍ରହ କଲେ। ପ୍ରତ୍ୟେକ ଲୋକ ସେମାନଙ୍କର ଆବଶ୍ୟକ ମୁତାବକ ଖାଦ୍ୟ ସଂଗ୍ରହ କଲେ। ମାତ୍ର ପ୍ରଚଣ୍ଡ ଖରାରେ ତାହା ସବୁ ତରଳିଗଲା।
22 ଶୁକ୍ରବାର ଦିନ, ଖାଦ୍ୟର ଦୁଇଗୁଣ ସଂଗ୍ରହ କଲେ। ସେମାନେ ପ୍ରତ୍ୟେକଙ୍କ ପାଇଁ ଦୁଇ ଦୁଇ ଓମର ଖାଦ୍ୟ ସଂଗ୍ରହ କଲେ। ତେଣୁ ସମସ୍ତ ପ୍ରାଚୀନବର୍ଗମାନେ ଆସି ମୋଶାଙ୍କୁ ଜଣାଇଲେ।
23 ମୋଶା ସେମାନଙ୍କୁ କହିଲେ, “ଏପରି କରିବାକୁ ସଦାପ୍ରଭୁ କହିଅଛନ୍ତି, କାରଣ ଆସନ୍ତାକାଲି ମହାବିଶ୍ରାମ ଦିନ ଅର୍ଥାତ୍ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ବିଶ୍ରାମ ହେବ। ତୁମ୍ଭେମାନେ ଆଜି ଯେତିକି ଖାଦ୍ୟ ଦରକାର କରୁଛ ତାହା ଆଜି ରନ୍ଧନ କର। କିନ୍ତୁ ଯାହା ବଳିଲା, ତାହା ପ୍ରଭାତ ପର୍ଯ୍ୟନ୍ତ ସଞ୍ଚୟ କର।”
24 ତେଣୁ ଲୋକମାନେ ବଳକା ଖାଦ୍ୟକୁ ସଞ୍ଚୟ କଲେ। ସେହି ଖାଦ୍ୟ ଜମା ନଷ୍ଟ ହେଲା ନାହିଁ। ସେଥିରେ ପୋକ ନ ଥିଲେ।
25 ସପ୍ତମ ଦିବସ, ମୋଶା ଲୋକମାନଙ୍କୁ କହିଲେ, “ଆଜି ହେଉଛି ମହାବିଶ୍ରାମର ଦିନ। ସଦାପ୍ରଭୁଙ୍କର ସମ୍ମାନାର୍ଥେ ଏହା ଏକ ମୁଖ୍ୟ ଦିବସ। ତେଣୁ ତୁମ୍ଭେମାନେ କ୍ଷେତକୁ ଆଜି କେହି ନ ଯାଇ ରଖାଯାଇଥିବା ଖାଦ୍ୟକୁ ଭକ୍ଷ୍ୟଣ କର।
26 ତୁମ୍ଭେମାନେ ଛଅ ଦିନ ତାହା ସଂଗ୍ରହ କରିବ, ମାତ୍ର ଶନିବାର ଦିନ ବିଶ୍ରାମବାର ଅଟେ। ତହିଁରେ କିଛି ମିଳିବ ନାହିଁ।”
27 ତଥାପି ସପ୍ତମ ଦିବସରେ ମଧ୍ୟ କେହି କେହି ଖାଦ୍ୟ ଖୋଜିବାକୁ ଗଲେ, ସେମାନେ କିଛି ପାଇଲେ ନାହିଁ।
28 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “କେତେକାଳ ତୁମ୍ଭ ଲୋକମାନେ ମୋର ଆଜ୍ଞା ଓ ଶିକ୍ଷା ମାନିବେ ନାହିଁ?
29 ଦେଖ, ସଦାପ୍ରଭୁ ତୁମ୍ଭମାନଙ୍କୁ ବିଶ୍ରାମ ଦିନ ଦେବା ହେତୁ ଷଷ୍ଠ ଦିନରେ ଦୁଇ ଦିନର ଖାଦ୍ୟ ଦିଅନ୍ତି। ତୁମ୍ଭେମାନେ ପ୍ରତ୍ୟେକ ବିଶ୍ରାମ ଦିନରେ ନିଜ ନିଜ ସ୍ଥାନରୁ ବାହାରକୁ ନ ଯାଇ ନିଜ ନିଜ ସ୍ଥାନରେ ଥାଅ।”
30 ତେଣୁ ଲୋକମାନେ ବିଶ୍ରାମ ଦିନରେ ବିଶ୍ରାମ କଲେ।
31 ତେଣୁ ଇସ୍ରାଏଲର ଲୋକମାନେ ସେହି ଖାଦ୍ୟର ନାମ “ମାନ୍ନା”* ଦେଲେ। ତାହା ଧନିଆ ପରି ଶୁକ୍ଳବର୍ଣ୍ଣ ଓ ତାହାର ସ୍ୱାଦ ମଧୁ ମିଶ୍ରିତ ପିଷ୍ଟକ ତୁଲ୍ୟ ଥିଲା।
32 ଏହା ପରେ ମୋଶା କହିଲେ, “ସଦାପ୍ରଭୁ ଏହି ଆଜ୍ଞା ଦେଇଛନ୍ତି, ‘ସେ ତୁମ୍ଭମାନଙ୍କୁ ମିଶର ଦେଶଠାରୁ ଆଣିବା ବେଳେ ମରୁଭୂମି ମଧ୍ୟରେ ଯେଉଁ ଅନ୍ନ ଭୋଜନ କରାଇଲେ, ତାହା ଯେମନ୍ତ ତୁମ୍ଭମାନଙ୍କ ପୁରୁଷ-ପରମ୍ପରା ଦେଖନ୍ତି। ଏଣୁ ସେମାନଙ୍କ ନିମନ୍ତେ ଏକ ଓମର ପରିମାଣର ମାନ୍ନା ରଖ।”’
33 ତେଣୁ ମୋଶା ହାରୋଣଙ୍କୁ କହିଲେ, “ତୁମ୍ଭେ ଏକ ପାତ୍ର ନେଇ ଏକ ଓମର ମାନ୍ନା ପୂର୍ଣ୍ଣ କରି ସଦାପ୍ରଭୁଙ୍କ ସମ୍ମୁଖରେ ରଖ। ତାହା ତୁମ୍ଭମାନଙ୍କ ପୁରୁଷ-ପରମ୍ପରା ନିମନ୍ତେ ରଖାଯିବ।”
34 ସଦାପ୍ରଭୁ ମୋଶାଙ୍କୁ ଆଜ୍ଞା ଦେଇଥିବା ଅନୁସାରେ ହାରୋଣ ଏହାକୁ ନିୟମ-ସିନ୍ଦୁକ ସମ୍ମୁଖରେ ରଖିଲେ।
35 ଲୋକମାନେ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ଏହି ମାନ୍ନା ଖାଇଲେ। ସେମାନେ ଏହି ମାନ୍ନା ବସତି ଦେଶରେ ଉପସ୍ଥିତ ନ ହେବା ଯାଏ ଏହିପରି ଭୋଜନ କଲେ। କିଣାନ ଦେଶର ସୀମାରେ ପହଞ୍ଚିବା ପର୍ଯ୍ୟନ୍ତ ସେମାନେ ମାନ୍ନା ଖାଇଲେ।
36 ଏକ ଓମର ଐଫାର ଦଶମାଂଶ।
* 16:31 ମାନ୍ନା ହିବ୍ରୁରେ ଏହାର ଅର୍ଥ “ଏହା କ’ଣ ଅଟେ?”