ବାବିଲ ପ୍ରତି ପରମେଶ୍ୱରଙ୍କ ବାର୍ତ୍ତା 
13
1 ପରମେଶ୍ୱର ଆମୋସଙ୍କ ପୁତ୍ର ଯିଶାଇୟଙ୍କୁ ବାବିଲ ସମ୍ବନ୍ଧୀୟ ବାର୍ତ୍ତା ଦେଖାଇଲେ। 
2 ପରମେଶ୍ୱର କହିଲେ, “ବୃକ୍ଷଲତା ଶୂନ୍ୟ ପର୍ବତ ଉପରେ ଏକ ଧ୍ୱଜା ଟେକ। 
ହସ୍ତ ହଲାଇ ଲୋକମାନଙ୍କୁ ଉଚ୍ଚସ୍ୱରରେ ଡାକ। 
ସେମାନଙ୍କୁ କୁହ ଅଧିପତିମାନେ ପ୍ରବେଶ କରୁଥିବା ଦ୍ୱାର ଦେଇ 
ସେମାନେ ପ୍ରବେଶ କରନ୍ତୁ। 
3 ପୁଣି ପରମେଶ୍ୱର କହିଲେ, 
“ମୁଁ ସେହି ଲୋକମାନଙ୍କୁ ଅନ୍ୟ ଲୋକମାନଙ୍କଠାରୁ ଅଲଗା କରିଥିଲି। 
ମୁଁ ସେମାନଙ୍କୁ ନିଜେ ଆଦେଶ ଦେବି। 
ମୁଁ ବୃଦ୍ଧ, ମୋର ଉତ୍ତମ ଲୋକମାନଙ୍କୁ ଏକତ୍ରିତ କରିଛି, 
ସେମାନେ ଲୋକମାନଙ୍କୁ ଦଣ୍ଡ ଦେବେ। 
ମୁଁ ଏହି ସୁଖୀ ଲୋକମାନଙ୍କ ପାଇଁ ଗର୍ବିତ। 
4 “ପର୍ବତମାନଙ୍କରେ ହେଉଥିବା କୋଳାହଳ ପ୍ରତି ଧ୍ୟାନ ଦିଅ। 
ଏହି ବହୁ ଲୋକଙ୍କର କୋଳାହଳ ପରି ଶୁଣାଯାଉଛି। 
ବହୁ ରାଜ୍ୟର ଲୋକେ ଏକତ୍ରିତ ହୋଇଛନ୍ତି। 
ସଦାପ୍ରଭୁ ସର୍ବଶକ୍ତିମାନ ତାଙ୍କର ସୈନ୍ୟବାହିନୀକୁ ଏକତ୍ରିତ ହେବାକୁ ଆହ୍ୱାନ ଦେଇଛନ୍ତି। 
5 ସଦାପ୍ରଭୁ ଓ ତାଙ୍କର ଏହି ସୈନ୍ୟବାହିନୀ ବହୁଦୂର ଦେଶରୁ ଆସିବେ। 
ସେମାନେ ଦିଗନ୍ତ ବାହାରୁ ଆସିବେ। 
ଏହି ସୈନ୍ୟବାହିନୀକୁ ସଦାପ୍ରଭୁ ତାଙ୍କର ଅସ୍ତ୍ରସ୍ୱରୂପ ବ୍ୟବହାର କରିବେ ଓ ତାଙ୍କ କ୍ରୋଧଭାବ ପ୍ରକାଶ କରିବେ। 
ଏହି ବାହିନୀ ସମଗ୍ର ଦେଶକୁ ଧ୍ୱଂସ କରିବେ।” 
6 ସଦାପ୍ରଭୁଙ୍କର ସ୍ୱତନ୍ତ୍ର ଦିବସ ନିକଟବର୍ତ୍ତୀ। ତେଣୁ ନିଜେ ନିଜେ କ୍ରନ୍ଦନ କର ଓ ଦୁଃଖିତ ହୁଅ। ଏବଂ ସମୟ ଆସିବ ଯେତେବେଳେ ଶତ୍ରୁ ତୁମ୍ଭର ଧନକୁ ଲୁଣ୍ଠନ କରିବେ। ପରମେଶ୍ୱର ସର୍ବଶକ୍ତିମାନ ଏହା ଘଟିବାକୁ ଦେବେ। 
7 ଲୋକମାନେ ସେମାନଙ୍କର ସାହସ ହରାଇବେ। ଭୟ ଲୋକମାନଙ୍କୁ ଦୁର୍ବଳ କରିଦେବ। 
8 ପ୍ରତ୍ୟେକ ଲୋକ ଭୟ କରିବେ। ପ୍ରସବକାଳୀନ ସ୍ତ୍ରୀଲୋକର ବେଦନା ପରି ସେମାନଙ୍କର ଭୟ ସେମାନଙ୍କୁ ଅନୁରୂପ ବେଦନା ଦେବ। ସେମାନଙ୍କର ମୁଖମଣ୍ଡଳ ନିଆଁ ପରି ଲାଲ ହେବ। ଲୋକମାନେ ପରସ୍ପରକୁ ଦେଖିବେ ଏବଂ ଆଶ୍ଚର୍ଯ୍ୟ ହେବେ। 
ବାବିଲ ବିପକ୍ଷରେ ପରମେଶ୍ୱରଙ୍କ ବିଗ୍ଭର 
9 ଦେଖ, ସଦାପ୍ରଭୁଙ୍କର ସେ ଭୟଙ୍କର ଦିବସ ଆସୁଅଛି। ପରମେଶ୍ୱର ଅତ୍ୟନ୍ତ କ୍ରୁଦ୍ଧ ହେବେ ଓ ଦେଶକୁ ଧ୍ୱଂସ କରିବେ। ପାପୀମାନଙ୍କୁ ଦେଶ ଛାଡ଼ିବାକୁ ବାଧ୍ୟ କରିବେ। 
10 ସେତେବେଳେ ସ୍ୱର୍ଗ ଅନ୍ଧକାରମୟ ହେବ ଓ ସୂର୍ଯ୍ୟ, ଚନ୍ଦ୍ର ଓ ତାରାଗଣ ଆଲୋକ ଦେବେ ନାହିଁ। 
11 ପରମେଶ୍ୱର କୁହନ୍ତି, “ପୃଥିବୀରେ ଅମଙ୍ଗଳ ଘଟିବାର ମୁଁ କାରଣ ହେବି। ମୁଁ ମନ୍ଦାଗ୍ଭରୀଙ୍କୁ ସେମାନଙ୍କର ପାପ ଲାଗି ଦଣ୍ଡ ଦେବି। ଅହଙ୍କାରୀମାନଙ୍କର ଗର୍ବକୁ ଖର୍ବ କରିବି। ବଡ଼ିମା ଦେଖାଉଥିବା ଲୋକମାନଙ୍କର ଦର୍ପ ଚୂର୍ଣ୍ଣ କରିବି। 
12 ଦୁର୍ଲୋଭ ସୁବର୍ଣ୍ଣ ପରି ଅଳ୍ପ, କେତେକ ଉତ୍ତମ ଲୋକ ରହିବେ ଓ ସେମାନେ ଓଫୀରର ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା ଉଜ୍ଜ୍ୱଳ ଭାବରେ ଦୀପ୍ତି ବିକାଶ କରିବେ। 
13 ସଦାପ୍ରଭୁଙ୍କ କ୍ରୋଧରେ ଆକାଶମଣ୍ଡଳ କମ୍ପିତ ହେବ ଓ ଦିବସରେ ପୃଥିବୀ ସ୍ଥାନଚ୍ୟୁତ ହେବ।” 
ଯେଉଁ ଦିନ ସଦାପ୍ରଭୁ ସର୍ବଶକ୍ତିମାନ ତାଙ୍କର କ୍ରୋଧ ପ୍ରକାଶ କରିବେ ସେହି ଦିନ ଏହା ଘଟିବ। 
14 ଆହତ ହରିଣ ଓ ପାଳକହୀନ ମେଷପାଳକମାନଙ୍କ ପରି ବାବିଲର ଲୋକମାନେ ପଳାୟନ କରିବେ। ସେମାନେ ସମସ୍ତେ ନିଜ ଦେଶ ଓ ଗୋଷ୍ଠୀ ଆଡ଼କୁ ଧାବିତ ହେବେ। 
15 ମାତ୍ର ଶତ୍ରୁଗଣ ବାବିଲନୀୟଙ୍କ ପଶ୍ଚାତ୍ଧାବନ କରିବେ ଓ ଯେତେବେଳେ ସେମାନଙ୍କୁ ଧରିବେ ଖଡ଼୍ଗରେ ସେମାନଙ୍କୁ ହତ୍ୟା କରିବେ। 
16 ସେମାନଙ୍କର ଗୃହମାନଙ୍କରୁ ସମସ୍ତ ଦ୍ରବ୍ୟ ଲୁଣ୍ଠିତ ହେବ। ସେମାନଙ୍କର ଭାର୍ଯ୍ୟାମାନେ ଧର୍ଷିତା ହେବେ ଓ ସେମାନଙ୍କର ଦୃଷ୍ଟି ଗୋଚରରେ ସେମାନଙ୍କର ଛୋଟ ପିଲାମାନେ ମୃତ୍ୟୁ ପର୍ଯ୍ୟନ୍ତ କୋରଡ଼ା ପାଇବେ। 
17 ପରମେଶ୍ୱର କୁହନ୍ତି, “ବାବିଲର ବିପକ୍ଷରେ ଆକ୍ରମଣ ପାଇଁ ମୁଁ ମାଦୀୟମାନଙ୍କୁ ନିୟୋଜିତ କରିବି। ରୌପ୍ୟ ଓ ସୁବର୍ଣ୍ଣ ଲାଞ୍ଚ ପାଇଲେ ମଧ୍ୟ ମାଦୀୟର ସୈନ୍ୟମାନେ କେବେ ଆକ୍ରମଣରୁ ନିବୃତ୍ତ ହେବେ ନାହିଁ। 
18 ସେହି ସୈନ୍ୟମାନେ ବାବିଲ ଆକ୍ରମଣ କରି ତା’ର ଯୁବକମାନଙ୍କୁ ହତ୍ୟା କରିବେ। ଏପରିକି ଶିଶୁମାନଙ୍କ ପ୍ରତି ସେମାନେ ଦୟା ଦେଖାଇବେ ନାହିଁ କିମ୍ବା ପିଲାମାନଙ୍କୁ ଛାଡ଼ିବେ ନାହିଁ। ବାବିଲ ସଦୋମ ଓ ହମୋରାର ପରି ସମ୍ପୂର୍ଣ୍ଣ ଧ୍ୱଂସ ପାଇବ। ଯେତେବେଳେ ପରମେଶ୍ୱର ସେମାନଙ୍କୁ ନଷ୍ଟ କରିବେ। 
19 “ବାବିଲନୀୟମାନେ ତାଙ୍କ ଦେଶପାଇଁ ଗର୍ବିତ ହୁଅନ୍ତି। କାରଣ ତାଙ୍କର ରାଜ୍ୟ ସବୁ ରାଜ୍ୟମାନଙ୍କ ମଧ୍ୟରେ ଅଧିକ ସୌନ୍ଦର୍ଯ୍ୟଶାଳୀ। 
20 ମାତ୍ର ସେ ଆଉ ସୁନ୍ଦର ହୋଇ ରହିବ ନାହିଁ। ଲୋକମାନେ ଭବିଷ୍ୟତରେ ଆଉ ସେଠାରେ ବାସ କରିବେ ନାହିଁ। ଆରବୀୟମାନେ ଆଉ ସେଠାରେ ତମ୍ବୁ ପକାଇବେ ନାହିଁ। ମେଷପାଳକମାନେ ସେମାନଙ୍କର ମେଷମାନଙ୍କୁ ସେଠାରେ ଚରାଇବା ପାଇଁ ଆଣିବେ ନାହିଁ। 
21 ସେହି ମରୁଭୂମିରେ କେବଳ କେତେକ ବନ୍ୟପ୍ରାଣୀ ବାସ କରିବେ। ବାବିଲନୀୟମାନେ ସେମାନଙ୍କ ନିଜ ଗୃହରେ ଆଉ ରହିବେ ନାହିଁ। ସେହି ଗୃହଗୁଡ଼ିକ ପେଗ୍ଭ ଓ ଓଟପକ୍ଷୀ ବାସ କରିବେ ଏବଂ ବନ୍ୟଛାଗ ସେଠାରେ ନୃତ୍ୟ କରିବେ। 
22 ବାବିଲର ସୁନ୍ଦର ପ୍ରାସାଦମାନଙ୍କରେ ଶୃଗାଳ ଓ କେନ୍ଦୁଆମାନେ ଭୁକିବେ। ବାବିଲ ସମ୍ପୂର୍ଣ୍ଣ ଧ୍ୱଂସ ହେବ। ସେ ସମୟ ଖୁବ୍ ନିକଟ ଓ ମୁଁ ସେ ଧ୍ୱଂସର ଦିନକୁ ଆଉ ଅଧିକ ବିଳମ୍ବ କରିବି ନାହିଁ।” 
