ପରମେଶ୍ୱର ଆୟୁବଙ୍କୁ କହିଲେ
38
ତା’ପରେ ସଦାପ୍ରଭୁ ଆୟୁବକୁ ଘୂର୍ଣ୍ଣିବାୟୁ ମଧ୍ୟରୁ ଉତ୍ତର ଦେଇ କହିଲେ,
“କିଏ ଏହି ଅଜ୍ଞାନୀ ବ୍ୟକ୍ତି ଯିଏ କି
ଏଭଳି ନିର୍ବୋଧ କଥା କହୁଛି?
ଆୟୁବ, ଜଣେ ମଣିଷ ପରି ଛିଡ଼ା ହୋଇଯାଅ,
ଯାହା ଫଳରେ ମୁଁ ତୁମ୍ଭକୁ ପ୍ରଶ୍ନ ପଗ୍ଭରି ପାରିବି ଏବଂ ତୁମ୍ଭେ ମୋତେ ଉତ୍ତର ଦେଇ ପାରିବ।
“ଆୟୁବ, ତୁମ୍ଭେ କେଉଁଠାରେ ଥିଲ, ଯେତେବେଳେ ମୁଁ ଏ ପୃଥିବୀକୁ ସୃଷ୍ଟି କଲି?
ଯଦି ତୁମ୍ଭେ ଏତେ ବୁଦ୍ଧିମାନ ମୋତେ ଉତ୍ତର ଦିଅ।
ଯଦି ତୁମ୍ଭେ ଜାଣ, କିଏ ସ୍ଥିର କରିଥିଲା ପୃଥିବୀର ଆକାର କେତେ ବଡ଼ ହେବ?
ଏକ ମାପିବା ରେଖା ଦ୍ୱାରା କିଏ ଏହି ପୃଥିବୀକୁ ମାପଚୁପ କରିଥିଲା?
ପୃଥିବୀ କାହା ଉପରେ ସ୍ଥିର ରହିଛି?
କିଏ ଏହି ସ୍ଥାନରେ ପ୍ରଥମ ପଥର ରଖିଲା?
ସକାଳର ତାରାଗଣ ଏକତ୍ର ଗୀତ ଗାଇଲେ
ଏବଂ ଏହା ଯେତେବେଳେ ହେଲା ସ୍ୱର୍ଗଦୂତଗଣ ଆନନ୍ଦରେ ଚିତ୍କାର କଲେ।
“ଆୟୁବ, କିଏ ସମୁଦ୍ରକୁ ବନ୍ଦ କରିବା ପାଇଁ ଫାଟକ ବନ୍ଦ କଲା,
ଯେତେବେଳେ ଏହା ଗଭୀର ଭାବରେ ପୃଥିବୀରେ ପ୍ରବାହିତ ହେଲା?
ସେତେବେଳେ ମୁଁ ତାକୁ ମେଘଦ୍ୱାରା ଆବୃତ କଲି
ଓ ଏହାକୁ ନିବିଡ଼ ଅନ୍ଧକାର ମଧ୍ୟରେ ଗୁଡ଼ାଇ ରଖିଲି।
10 ମୁଁ ସମୁଦ୍ର ପାଇଁ ସୀମା ନିରୂପିତ କଲି
ଏବଂ ତହା ବନ୍ଦ ଥିବା ଫାଟକ ପଛଆଡ଼େ ରଖିଦେଲି।
11 ମୁଁ ସମୁଦ୍ରକୁ କହିଲି, ‘ତୁମ୍ଭେ ଏତିକି ବାଟ ପର୍ଯ୍ୟନ୍ତ ଆସିବ, ତା’ଠାରୁ ଅଧିକା ନୁହେଁ।
ଏହି ସ୍ଥାନରେ ତୁମ୍ଭେ ଗର୍ବି ଢେଉ ଆସି ବନ୍ଦ ହେବ।’
12 “ଆୟୁବ, ତୁମ୍ଭେ କେବେ ତୁମ୍ଭର ଜୀବନକାଳ ମଧ୍ୟରେ
ସକାଳକୁ ଆଜ୍ଞା କରିଛ ଆରମ୍ଭ ହେବା ପାଇଁ କି ଦିନ ଆରମ୍ଭ ହେବା ପାଇଁ?
13 ଆୟୁବ ତୁମ୍ଭେ କେବେ ସକାଳର ସୂର୍ଯ୍ୟ କିରଣକୁ ପୃଥିବୀକୁ ଆଚ୍ଛାଦିତ କରିବାକୁ କହିଛ?
ଏବଂ ଦୁଷ୍ଟ ଲୋକମାନଙ୍କୁ ହଲାଇ ଲୁଚିବା ଜାଗାରୁ ଖୋଜି ବାହାର କରିଛ?
14 ସେମାନଙ୍କ ଆଲୋକ ଦ୍ୱାରା ପୃଥିବୀ
ଏକ ମାଟିଗୁଳା ପରି ପରିବର୍ତ୍ତିତ ହେଲା।
ଯେତେବେଳେ ଏହା ଏକ ମୋହର ଦ୍ୱାରା ମୋହରାଙ୍କିତ ହେଲା।
ଏହାର ଆକାର କୋଟର ଭାଙ୍ଗ ଭଳି ଛିଡ଼ା ହୁଏ।
15 ଦୁଷ୍ଟ ଲୋକମାନେ ଦିନର ଆଲୁଅକୁ ଭଲ ପାଆନ୍ତି ନାହିଁ।
କାରଣ ଏହାର ପ୍ରଖର କିରଣ ସେମାନଙ୍କୁ ମନ୍ଦ କରିବାକୁ ମନା କରେ।
16 “ଆୟୁବ ତୁମ୍ଭେ ସମୁଦ୍ରର ଗଭୀର ସ୍ଥାନକୁ କେବେ ଯାଇଛ କି,
ଯେଉଁଠାରୁ ସମୁଦ୍ରର ଆରମ୍ଭ?
ତୁମ୍ଭେ କେବେ ସମୁଦ୍ରର ନିମ୍ନ ଦେଶରେ ଗ୍ଭଲିଛ କି?
17 ଆୟୁବ ତୁମ୍ଭେ କେବେ ମୃତ୍ୟୁ ଦେଶର ଦ୍ୱାରକୁ ଦେଖିଛ କି?
ତୁମ୍ଭେ କେବେ ସେହି ଫାଟକକୁ ଦେଖିଛ କି ଯାହା ଅନ୍ଧକାର ମରଣ ସ୍ଥାନକୁ ନେଇଯାଏ।
18 ଆୟୁବ ତୁମ୍ଭେ ବୁଝିପାରୁଛ କି ପୃଥିବୀ କେତେ ବଡ଼ ଅଟେ?
ଯଦି ତୁମ୍ଭେ ଜାଣ ଉତ୍ତର ଦିଅ।
19 “ଆୟୁବ, ଆଲୋକ କେଉଁଠାରୁ ଆସେ?
ଅନ୍ଧକାର କେଉଁଠାରୁ ଆସେ।
20 ଆୟୁବ, ତୁମ୍ଭେ ଆଲୋକ ଓ ଅନ୍ଧକାରକୁ ତା’ର ପୂର୍ବ ସ୍ଥାନକୁ ଫେରାଇ ଦେଇ ପାରିବ କି?
ତୁମ୍ଭେ ସେ ସ୍ଥାନକୁ କିପରି ଯାଇପାରିବ ଜାଣିଛ କି?
21 ନିଶ୍ଚୟ ତୁମ୍ଭେ ଏ କଥା ସବୁ ଜାଣିଛ।
ତୁମ୍ଭେ ଅତି ବୃଦ୍ଧ ଓ ଜ୍ଞାନୀ ମଧ୍ୟ ଅଟ।
ତୁମ୍ଭେ ବଞ୍ଚିଥିଲ ମୁଁ ଯେତେବେଳେ ଏହିସବୁ ଗଢ଼ିଥିଲି, ନୁହେଁ କି?
22 “ଆୟୁବ, ତୁମ୍ଭେ କେବେ ମୋର ଭଣ୍ଡାର ଘରକୁ ଯାଇଛ କି,
ଯେଉଁଠାରେ କି ମୁଁ ବରଫ ଏବଂ କୁଆପଥର ରଖିଛି?
23 ମୁଁ ବରଫ ଓ କୁଆପଥର ଖଣ୍ଡଗୁଡ଼ିକୁ,
କଷ୍ଟ ସମୟ ପାଇଁ ଯୁଦ୍ଧ ଓ ସଂଗ୍ରାମ ସମୟ ପାଇଁ ସଞ୍ଚୟ କରିଛି।
24 ତୁମ୍ଭେ ସେହି ସ୍ଥାନକୁ ଯାଇଛ କି ଯେଉଁଠାରୁ ସୂର୍ଯ୍ୟ ଉଦୟ ହୁଏ
ଏବଂ ଯେଉଁଠାରୁ ପୂର୍ବବାୟୁ ସାରା ପୃଥିବୀରେ* ଗ୍ଭରିଆଡ଼େ ବିଚ୍ଛୁରିତ ହୋଇଯାଏ?
25 ପ୍ରବଳ ବୃଷ୍ଟିପାତ ପାଇଁ କିଏ ଆକାଶରେ ଖାଲ ଖୋଳି ରଖିଛି?
କିଏ ଘଡ଼ଘଡ଼ି ଝଡ଼ ପାଇଁ ବାଟ ତିଆରି କରିଛି?
26 କିଏ ବର୍ଷା ତିଆରି କରନ୍ତି ଏପରି ଜାଗାରେ
ଯେଉଁଠାରେ କେହି ମନୁଷ୍ୟ ରହନ୍ତି ନାହିଁ?
27 ସେହି ବର୍ଷାଜଳ ଖାଲି ସ୍ଥାନମାନଙ୍କୁ ପ୍ରଚୁର ପାଣି ଦିଏ।
ଘାସ ଉଠିବାକୁ ଆରମ୍ଭ କରେ।
28 ବର୍ଷାର କ’ଣ ପିତା ଅଛି?
କିଏ କାକର ବୁନ୍ଦା ତିଆରି କରେ?
29 ବରଫର କ’ଣ ମାତା ଅଛି?
କିଏ କୁଆପଥରର ଜନ୍ମଦାତା ଅଟେ?
30 ପାଣି ଜମାଟ ବାନ୍ଧି ପଥର ପରି ଟାଣ ହୁଏ।
ଏପରିକି ସମୁଦ୍ର ଜଳ ମଧ୍ୟ ଜମାଟ ବାନ୍ଧି ଯାଏ।
31 “ଆୟୁବ, ତୁମ୍ଭେ ସପ୍ତର୍ଷି ନକ୍ଷତ୍ରକୁ ବାନ୍ଧି ପାରିବ କି?
ତୁମ୍ଭେ ମୃଗଶିରା ନକ୍ଷତ୍ରର ବନ୍ଧନ ଫିଟାଇ ପାରିବ କି?
32 ତୁମ୍ଭେ କ’ଣ ନକ୍ଷତ୍ର ମଣ୍ଡଳକୁ ଠିକ୍ ସମୟରେ ବାହାରକୁ ଆଣିପାରିବ?
ତୁମ୍ଭେ କ’ଣ ଭାଲୁକୁ ତା’ର ଛୁଆମାନଙ୍କ ସହିତ କଢ଼େଇ ନେବ?
33 ତୁମ୍ଭେ ଆକାଶ ମଣ୍ଡଳର ନିୟମସବୁ ଜାଣ କି?
ତୁମ୍ଭେ ତାକୁ ପୃଥିବୀକୁ ଶାସନ କରିବାକୁ କହିପାରିବ କି?
34 “ଆୟୁବ, ତୁମ୍ଭେ ମେଘକୁ ନିର୍ଦ୍ଦେଶ ଦେଇ ପାରିବ,
ସେମାନେ ବର୍ଷାରେ ତୁମ୍ଭକୁ ଘୋଡ଼ାଇ ପାରିବେ?
35 ତୁମ୍ଭେ ବିଜୁଳି କି ଡାକି ପାରିବ କି?
ସେ ତୁମ୍ଭ ନିକଟକୁ ଆସି କହିବ କି?
‘ଆମ୍ଭେ ଏଠାରେ ଅଛୁ;
ମହାଶୟ, ଆପଣ କ’ଣ ଗ୍ଭହାନ୍ତି।’
ଏହା କ’ଣ ତୁମ୍ଭେ ଯେଉଁଠାକୁ ଯିବ ତୁମ୍ଭ ସାଥୀରେ ଯାଇପାରିବ କି?
36 “ଆୟୁବ କିଏ ମଣିଷକୁ ବୁଦ୍ଧିମାନ କରେ?
କିଏ ତାଙ୍କ ଭିତରେ ଜ୍ଞାନ ଭର୍ତ୍ତୀ କରେ?
37 ଏପରି କିଏ ବୁଦ୍ଧିମାନ ଅଛି, ଯିଏ ମେଘକୁ ଗଣିପାରେ
ଏବଂ କିଏ ତାଙ୍କୁ ବ‌କ୍‌ସିସ୍ ଦେଇ ତାଙ୍କ ବୃଷ୍ଟି ଢାଳି ଦେବ?
38 ତେଣୁ ଧୂଳି ରାସ୍ତା କାଦୁଅରେ ପରିଣତ ହୁଏ
ଏବଂ ମାଟିମୁଣ୍ଡା ଲାଗିଯାଆନ୍ତି।
39 “ଆୟୁବ ତୁମ୍ଭେ ସିଂହ ପାଇଁ ଖାଦ୍ୟ ପାଇପାରିବ କି?
ତୁମ୍ଭେ ସେମାନଙ୍କ ଭୋକିଲା ଶାବକକୁ ଖାଦ୍ୟ ଦିଅ କି?
40 ସେହି ସିଂହମାନେ ତାଙ୍କ ଗୁମ୍ଫା ଭିତରେ।
ସେମାନେ ଘାସ ଭିତରେ ଝୁଙ୍କି ପଡ଼ି ତାଙ୍କ ଶିକାରକୁ ଆକ୍ରମଣ କରିବା ପାଇଁ ପ୍ରସ୍ତୁତ ହୋଇଥା’ନ୍ତି।
41 କିଏ ଡାମରା କାଉକୁ ଖାଦ୍ୟ ଯୋଗାଇ ଦିଏ?
ଯେତେବେଳେ ତା’ର ଶାବକମାନେ ପରମେଶ୍ୱରଙ୍କ ନିକଟରେ ରାବ କରି କରି ଖାଦ୍ୟ ବିନା ଭ୍ରମଣ କଲାବେଳେ ତାଙ୍କୁ ଖାଦ୍ୟ ଯୋଗାଇ ଦିଏ?
* 38:24 ପୃଥିବୀରେ କେଉଁଠାରେ ସେ ସ୍ଥାନ କୁହୁଡ଼ି ଅନ୍ତର୍ହିତ ହୁଏ ଏବଂ ସେ ସ୍ଥାନ ଯେଉଁଠାରେ ପୂର୍ବତ୍ତର ବାୟୁ ସାରା ପୃଥିବୀରେ ବିକ୍ଷିପ୍ତ ହୁଏ।