ପିୟୋରରେ ଇସ୍ରାଏଲ 
25
1 ଅନନ୍ତର ଇସ୍ରାଏଲର ଲୋକମାନେ ଶିଟୀମରେ ବାସ କଲେ। ସେତେବେଳେ ସେମାନେ ମୋୟାବର କନ୍ୟାମାନଙ୍କ ପ୍ରତି ବ୍ୟଭିଗ୍ଭର ପାପରେ ମାତି ରହିଲେ। 
2 ସେମାନଙ୍କର ଭଣ୍ତ ଦେବତାଙ୍କୁ ବଳିଦେବା ନିମନ୍ତେ ସେମାନେ ଇସ୍ରାଏଲର ଲୋକମାନଙ୍କୁ ନିମନ୍ତ୍ରଣ କରିଥିଲେ। ସେମାନେ ବଳିଦାନ ଭୋଜନ କଲେ ଓ ସେମାନଙ୍କ ଭଣ୍ତ ଦେବତାଗଣଙ୍କୁ ପୂଜା କଲେ। 
3 ଇସ୍ରାଏଲ ନିଜକୁ ବାଲପୟୋରଙ୍କ ସହିତ ଯୋଗ ଦେଇଥିଲେ। ଏଣୁ ସଦାପ୍ରଭୁ ଇସ୍ରାଏଲ ସହିତ ବହୁତ କ୍ରୋଧ କଲେ। 
4 ସଦାପ୍ରଭୁ ମୋଶାଙ୍କୁ କହିଲେ, “ଲୋକମାନଙ୍କର ସମସ୍ତ ନେତୃବର୍ଗଙ୍କୁ ହତ୍ୟା କର ଏବଂ ସର୍ବସାଧାରଣ ସମ୍ମୁଖରେ ସେମାନଙ୍କୁ ଖରାରେ ଟାଙ୍ଗି ଦିଅ। ତେବେ ସଦାପ୍ରଭୁଙ୍କର କ୍ରୋଧ ଇସ୍ରାଏଲମାନଙ୍କଠାରୁ ଦୂରେଇ ଯିବ।” 
5 ତେଣୁ ମୋଶା ଇସ୍ରାଏଲର ନେତୃବର୍ଗମାନଙ୍କୁ କହିଲେ, “ପ୍ରତ୍ୟେକ ପରିବାର ବାଲପିୟୋର ସହିତ ଯୋଗ ଦେଇଥିବା ଲୋକମାନଙ୍କୁ ବାହାର କର ଓ ସେମାନଙ୍କୁ ହତ୍ୟା କର।” 
6 ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ଜଣେ ମୋଶାଙ୍କର ସମ୍ମୁଖରେ ଓ ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ତଳୀ ସାକ୍ଷାତରେ ଜ୍ଞାତୀମାନଙ୍କ ନିକଟକୁ ଏକ ମିଦିୟନୀୟା ସ୍ତ୍ରୀ କି ଆଣିଲା। ସେତେବେଳେ ଲୋକମାନେ ସମାଗମ-ତମ୍ବୁ ନିକଟରେ ବିଳାପ କରୁଥିଲେ। 
7 ତେଣୁ ହାରୋଣ ଯାଜକର ପୌତ୍ର, ଇଲିୟାସରର ପୁତ୍ର ପୀନହସ୍ ତାହା ଦେଖି ମଣ୍ତଳୀ ମଧ୍ୟରୁ ଉଠି ହାତରେ ଏକ ବର୍ଚ୍ଛା ନେଲା। 
8 ତା’ପରେ ସେ ତମ୍ବୁ ଭିତରେ ପ୍ରବେଶ କଲା ଏବଂ ସେ ଉଭୟ ପୁରୁଷ ଓ ସ୍ତ୍ରୀର ପେଟକୁ ବର୍ଚ୍ଛାରେ ବିଦୀର୍ଣ୍ଣ କଲା, ଫଳରେ ଇସ୍ରାଏଲ ମଧ୍ୟରେ ମହାମାରୀ ବନ୍ଦ ହୋଇ ଗଲା। 
9 ତଥାପି ଏହି ମହାମାରୀରେ 24,000 ଲୋକ ମରିଥିଲେ। 
10 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 
11 “ପୀନହସ୍ ଯାଜକ ହାରୋଣର ନାତି ଏବଂ ଇଲିୟାସରର ପୁତ୍ର ଇସ୍ରାଏଲର ଲୋକମାନଙ୍କ ଉପରେ କ୍ରୋଧ ଦେଖାଇବା ପାଇଁ ମୋତେ ଅଟକାଇଲେ। ମୋତେ କ୍ରୋଧିତ କରିବା ପାଇଁ ତୁମ୍ଭେ ଯାହା କରୁଥିଲ ପୀନହସ୍ ସେଥିରେ ବ୍ୟତିବ୍ୟସ୍ତ ହୋଇଗଲେ। ତେଣୁ ମୁଁ ଇସ୍ରାଏଲର ସମସ୍ତ ଲୋକମାନଙ୍କୁ ହତ୍ୟା କଲି ନାହିଁ। 
12 ପୀନହସଙ୍କୁ କୁହ ଯେ, ମୁଁ ତାଙ୍କ ନିକଟରେ ବିଶେଷ ପ୍ରତିଜ୍ଞା କରୁଛି। 
13 ତହୁଁ ତା’ ପ୍ରତି ଓ ତା ଅନ୍ତେ ତାହାର ସନ୍ତାନଗଣ ପ୍ରତି ଅନନ୍ତକାଳୀନ ଯାଜକତ୍ୱର ନିୟମ ରହିବ। କାରଣ ସେ ଆପଣା ପରମେଶ୍ୱରଙ୍କ ପକ୍ଷରେ କ୍ରୋଧଭାବ ପ୍ରକାଶ କଲା ଓ ଇସ୍ରାଏଲ ସନ୍ତାନଗଣ ନିମନ୍ତେ ପ୍ରାୟଶ୍ଚିତ କଲା।” 
14 ଇସ୍ରାଏଲର ଯେଉଁ ପୁରୁଷ ମିଦିୟନୀୟ ସ୍ତ୍ରୀ ସହିତ ନିହତ ହୋଇଥିଲା, ତାହାର ନାମ ସିମ୍ରି ଓ ସେ ସାଲୂର ପୁତ୍ର ଏବଂ ଶିମିୟୋନ ପରିବାରବର୍ଗର ନେତୃବର୍ଗ ଥିଲେ। 
15 ପୁଣି ସେହି ମିଦିୟନୀୟା ସ୍ତ୍ରୀଲୋକ ଯିଏ ଇସ୍ରାଏଲର ପୁତ୍ର କସବୀ ସହିତ ହତ ହୋଇଥିଲା, ସେ ସୂରର କନ୍ୟା ଥିଲା। ସୂର ମିଦିୟନୀୟ ପରିବାରବର୍ଗର ଏକ ମୁଖ୍ୟ ଥିଲା। 
16 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 
17 “ମିଦିୟନୀୟ ଲୋକମାନେ ତୁମ୍ଭର ଶତ୍ରୁ ତୁମ୍ଭେ ସେମାନଙ୍କୁ ବଧ କର। 
18 ସେମାନେ ପିୟୋରରେ ତୁମ୍ଭକୁ ଠକି ଦେଲେ। ସେମାନେ ମିଦିୟନୀୟ ନେତାର କନ୍ୟା କସବୀ ସହିତ ତୁମ୍ଭକୁ ଠକି ଦେଇଛନ୍ତି। ସେହି ସ୍ତ୍ରୀ ଲୋକଟି ମହାମାରୀରେ ନିହତ ହେଲା। ଯାହା ପିୟୋରରେ ଘଟିଥିଲା, ତାହା ମହାମାରୀର କାରଣ ଥିଲା।” 
