11
ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାଉଦଙ୍କର ଲିଖିତ ଗୀତ। 
1 ମୁଁ ସର୍ବଦା ସଦାପ୍ରଭୁଙ୍କ ଆଶ୍ରୟ ନିଏ। 
ତେଣୁ କାହିଁକି ମୋତେ ଲୁଚିବାକୁ କହୁଅଛ, “ପକ୍ଷୀ ପରି ଆପଣା ପର୍ବତକୁ ଉଡ଼ିଯାଅ?” 
2 ଦୁଷ୍ଟ ଲୋକମାନେ ଶିକାରୀ ଅଟନ୍ତି। 
ସେମାନେ ଅନ୍ଧାରରେ ଲୁଚି ରହନ୍ତି। 
ସେମାନେ ଧନୁରେ ଗୁଣ ଚଢ଼ାନ୍ତି। 
ସେମାନେ ତୀର ଦ୍ୱାରା ଲକ୍ଷ୍ୟ ସ୍ଥିର କରନ୍ତି ଏବଂ ସେମାନେ ସିଧା ସାଧୁ ଓ ଉତ୍ତମ ବ୍ୟକ୍ତିର ହୃଦୟକୁ ଶରବିଦ୍ଧ କରନ୍ତି। 
3 ଯଦି ସେମାନେ ସବୁ ଉତ୍ତମ କାର୍ଯ୍ୟକୁ ନଷ୍ଟ କରନ୍ତି। 
ତେବେ କ’ଣ ଘଟିବ? ତା’ପରେ ସବୁ ଧର୍ମାତ୍ମାମାନେ କ’ଣ କରି ପାରିବେ? 
4 ସଦାପ୍ରଭୁ ତାହଙ୍କର ପବିତ୍ର ମନ୍ଦିରରେ ବାସ କରନ୍ତି। 
ସଦାପ୍ରଭୁଙ୍କ ସିଂହାସନ ସ୍ୱର୍ଗରେ, 
ସେ ସେହିଠାରୁ ଯାହାସବୁ ଘଟୁଛି ସମସ୍ତ ବିଷୟ ଦେଖନ୍ତି। 
ସଦାପ୍ରଭୁ ମନୁଷ୍ୟକୁ ଯତ୍ନ ସହକାରେ ଅତି ନିକଟରୁ ଭଲ କି ମନ୍ଦ ତାହା ବିଗ୍ଭର କରନ୍ତି। 
5 ସଦାପ୍ରଭୁ ସବୁବେଳେ ଧାର୍ମିକମାନଙ୍କୁ ପରୀକ୍ଷା କରନ୍ତି। 
କିନ୍ତୁ ସେ ନିଷ୍ଠୁର ତଥା ଖରାପ ଲୋକମାନଙ୍କୁ ପ୍ରତ୍ୟାଖ୍ୟାନ କରନ୍ତି। 
6 ସେ ଉତ୍ତପ୍ତ ଅଙ୍ଗାର ଓ ଜଳନ୍ତା ଗନ୍ଧକର ବର୍ଷା ଦୁଷ୍ଟମାନଙ୍କ ଉପରେ ବର୍ଷାନ୍ତି। 
ସେହି ଦୁଷ୍ଟ ଲୋକମାନେ ଶେଷରେ କିଛି ପାଇବେ ନାହିଁ, କିନ୍ତୁ ଉତ୍ତପ୍ତ ଓ ଜ୍ୱଳନ୍ତ ଝାଞ୍ଜି ପବନ ଅନୁଭବ କରିବେ। 
7 କିନ୍ତୁ ସଦାପ୍ରଭୁ ସବୁବେଳେ ଧର୍ମର ପଥ ଅନୁସରଣ କରନ୍ତି ଏବଂ ଯେଉଁମାନେ ଧର୍ମର ପଥରେ ଗ୍ଭଲନ୍ତି ଓ ପ୍ରେମ କରନ୍ତି, 
ସେହିମାନେ ହିଁ ତାଙ୍କର ମୁଖ ଦର୍ଶନ କରି ପାରିବେ। 
