123
ଏକ ଆରୋହଣ ଗୀତ। 
1 ସଦାପ୍ରଭୁ, ମୁଁ ତୁମ୍ଭକୁ ଗ୍ଭହିଁ, ପ୍ରାର୍ଥନା କରେ। 
ତୁମ୍ଭେ ସ୍ୱର୍ଗରେ ରାଜାପରି ବସ। 
2 କ୍ରୀତଦାସମାନେ ସେମାନଙ୍କ ଆବଶ୍ୟକ ଦ୍ରବ୍ୟ ପାଇଁ 
ତାଙ୍କର କର୍ତ୍ତାଙ୍କ ଉପରେ ନିର୍ଭର କରନ୍ତି। 
ଠିକ୍ ସେହିପରି, ଆମ୍ଭେ ଆପଣା ସଦାପ୍ରଭୁ ପରମେଶ୍ୱରଙ୍କଠାରେ ନିର୍ଭର କରୁ। 
ଆମ୍ଭେ ପରମେଶ୍ୱରଙ୍କ ପାଇଁ ଅପେକ୍ଷା କରୁ, ଆମ୍ଭକୁ ଦୟା ଦେଖାଅ। 
3 ଆମ୍ଭମାନଙ୍କ ପ୍ରତି ଦୟାଶୀଳ ହୁଅ, ସଦାପ୍ରଭୁ, ଆମ୍ଭମାନଙ୍କ ପ୍ରତି ଦୟାଶୀଳ ହୁଅ! 
ଆମ୍ଭେମାନେ ଦୀର୍ଘ ସମୟ ଅପମାନିତ ହୋଇଅଛୁ। 
4 ସେହି ଅଳସୁଆ ଓ ଅହଙ୍କାରୀମାନଙ୍କଠାରୁ ଆମ୍ଭକୁ ବହୁତ ଅପମାନ 
ଓ ଘୃଣ୍ୟ ବାକ୍ୟସବୁ ମିଳିଅଛି। 
