13
ଦାଉଦଙ୍କର ଗୀତ 
1 ହେ ସଦାପ୍ରଭୁ, କେତେଦିନ ମୋତେ ଭୁଲି ଯିବ? 
ସତରେ କ’ଣ ତୁମେ ମୋତେ ସବୁଦିନ ପାଇଁ ଭୁଲି ପାରିବ? 
କେତେଦିନ ପର୍ଯ୍ୟନ୍ତ ଗ୍ରହଣ କରିବାକୁ ମନା କରବ? 
2 କେତେକାଳ ମୁଁ ଏଭଳି ବଲୁଥିବି, ଯଦି ତୁମ୍ଭେ ମୋତେ ଭୁଲି ଯାଇଥିବ? 
କେତେକାଳ ପର୍ଯ୍ୟନ୍ତ ଏହି ଦୁଃଖକୁ ମୁଁ ହୃଦୟରେ ବୋହି ଗ୍ଭଲିବି? 
କେତେକାଳ ପର୍ଯ୍ୟନ୍ତ ମୋର ଶତ୍ରୁ ମୋ’ ଉପରେ ବିଜୟ ଲାଭ କରିବ? 
3 ହେ ସଦାପ୍ରଭୁ ମୋର ପରମେଶ୍ୱର, ମୋତେ ଥରେ ଗ୍ଭହଁ, ମୋର ପ୍ରଶ୍ନର ଉତ୍ତର ଦିଅ। 
ମୋତେ ଜାଣିବାକୁ ଦିଅ, ନଚେତ୍ ମୁଁ ଜୀବନ ହରାଇବି। 
4 ଯଦି ତାହା ସତରେ ଘଟେ ତେବେ ମୋର ଶତ୍ରୁମାନେ କହିବେ, “ଆମ୍ଭେ ସେମାନଙ୍କୁ ଜୟ କରିଅଛୁ।” 
ମୋର ଶତ୍ରୁମାନେ ଖୁସୀ ହେବେ ଯଦି ସେମାନେ ମୋତେ ପରାସ୍ତ କରନ୍ତି। 
5 ହେ ସଦାପ୍ରଭୁ ତୁମ୍ଭେ ମୋତେ ସାହାଯ୍ୟ କରିବ ବୋଲି, ମୁଁ ତୁମ୍ଭ ଉପରେ ଭରସା ରଖିଛି। 
ତୁମ୍ଭେ ମୋତେ ଉଦ୍ଧାର କରି ମୋତେ ଖୁସୀ କରାଅ। 
6 ମୁଁ ସଦାସର୍ବଦା ସଦାପ୍ରଭୁଙ୍କ ଉଦ୍ଧେଶ୍ୟରେ ଏହି ଖୁସୀର ଗୀତ ଗାନ କରିବି। 
କାରଣ ସେ ମୋ’ ପ୍ରତି ସଦୟ ହୋଇ ଅଶେଷ ଉପକାର କରିଛନ୍ତି। 
