133
ଦାଉଦଙ୍କ ରଚିତ ଏକ ଆରୋହଣ ଗୀତ। 
1 ଏହା କେଡ଼େ ଭଲ ଓ ବଡ଼ ଆନନ୍ଦର କଥା 
ଯେତେବେଳେ ସବୁ ଭାଇମାନେ ଏକତ୍ର ଜୀବନଯାପନ କରନ୍ତି। 
2 ଏହା ହାରୋଣଙ୍କର ମସ୍ତରେ ବହୁମୂଲ୍ୟ ତୈଳ ସ୍ୱରୂପ 
ଯାହା ତାଙ୍କ ଦାଢ଼ି ବାଟେ ବହି ତାହାଙ୍କ ବସ୍ତ୍ରାଞ୍ଚଳରେ ପଡ଼େ। 
3 ଏହା ହର୍ମୋଣ ପର୍ବତରୁ ସିୟୋନ ପର୍ବତ ଉପରେ ପଡ଼ୁଥିବା ମୃଦୁ ବୃଷ୍ଟି ତୁଲ୍ୟ। 
ସେହିଠାରେ ସଦାପ୍ରଭୁ ଚିରଦିନ ପାଇଁ ଆଶୀର୍ବାଦ କରିବାର ଆଦେଶ ଦେଇଛନ୍ତି। 
