141
ଦାଉଦଙ୍କର ଏକ ପ୍ରଶଂସାପୂର୍ଣ୍ଣ ଗୀତ। 
1 ହେ ସଦାପ୍ରଭୁ, ମୁଁ ତୁମ୍ଭ ସହାୟତା ପାଇଁ ପ୍ରାର୍ଥନା କରେ। 
ଯେତେବେଳେ ମୁଁ ଡାକୁଛି ସେତେବେଳେ ତୁମ୍ଭେ ମୋର ପ୍ରାର୍ଥନାରେ କର୍ଣ୍ଣପାତ କର। 
ଯଥା ଶୀଘ୍ର ମୋତେ ସାହାଯ୍ୟ କର। 
2 ସଦାପ୍ରଭୁ, ଜଳୁଥିବା ଧୂପକାଠିର ସୁଗନ୍ଧି ଧୂପ ପରି ମୋର ପ୍ରାର୍ଥନାକୁ ଗ୍ରହଣ କର। 
ସନ୍ଧ୍ୟା ବେଳର ଉତ୍ସର୍ଗ ପରି, ମୁଁ ମୋର ହାତ ବଢ଼ାଇ କରୁଥିବା ପ୍ରାର୍ଥନାକୁ ଗ୍ରହଣ କର। 
3 ହେ ସଦାପ୍ରଭୁ, ମୁଖ ଆଗର ପ୍ରହରୀ, ମୋତେ ସାହାଯ୍ୟ କର। 
କୌଣସି ପାପପୂର୍ଣ୍ଣ କଥା କହିବାଠାରୁ ମୋତେ ରକ୍ଷା କର। 
4 ମୋତେ ମନ୍ଦକାର୍ଯ୍ୟ କରିବାର ଇଚ୍ଛା ଦିଅ ନାହିଁ। 
ଦୁଷ୍ଟ ସାଙ୍ଗ ଓ ତାଙ୍କର ଖାଦ୍ୟ ଏବଂ ମନ୍ଦକାର୍ଯ୍ୟରେ ମୋତେ ମିଶିବା ପାଇଁ ବନ୍ଦ କର। 
ଏପରି ସେମାନଙ୍କର ଭୋଜିଠାରୁ ଦୂରରେ ରହିବାକୁ ମୋତେ ସାହାଯ୍ୟ କର। 
5 ଗୋଟିଏ ଧାର୍ମିକ ଲୋକ ମୋତେ ସୁଧାରି ପାରେ। 
ତାହା ତାଙ୍କ ପ୍ରତି ବହୁତ ଦୟା ହେବ। 
ଯଦି ସେ ମୋତେ ସମାଲୋଚନା କରେ, 
ମୁଁ ଏହା ହାର୍ଦ୍ଦିକ ସ୍ୱାଗତ* ଭଳି ଗ୍ରହଣ କରିବି। 
କିନ୍ତୁ ମୁଁ ସର୍ବଦା ଦୁଷ୍ଟମାନେ କରୁଥିବା କୁକର୍ମ ବିରୁଦ୍ଧରେ ପ୍ରାର୍ଥନା କରେ। 
6 ସେମାନଙ୍କର ନ୍ୟାୟଧୀଶମାନଙ୍କୁ ପର୍ବତର ଶୀର୍ଷରୁ ଫିଙ୍ଗା ଯାଉ। 
ତେବେ ଲୋକମାନେ ଜାଣିବେ ଯେ, ମୁଁ ସତ୍ୟ କହିଅଛି। 
7 ଗ୍ଭଷୀମାନେ ଭୂମିରେ ହଳ କରିଥିବା ପଥରପରି, 
ଠିକ୍ ସେହିପ୍ରକାର ଆମ୍ଭମାନଙ୍କର ଅସ୍ଥିସବୁ କବରରେ ମିଶିଯିବ। 
8 ସଦାପ୍ରଭୁ, ମୋର ପ୍ରଭୁ, ମୁଁ ତୁମ୍ଭ ଆଡ଼େ ଗ୍ଭହୁଁ ଅଛି। 
ମୁଁ ସୁରକ୍ଷା ପାଇଁ ତୁମ୍ଭ ଆଡ଼େ ଗ୍ଭହିଁଅଛି। 
ତେଣୁ ମୋତେ ମୃତ୍ୟୁବରଣ କରିବାକୁ ଦିଅ ନାହିଁ। 
9 ମନ୍ଦ ଲୋକମାନେ ମୋ’ ପାଇଁ ଫାଶ ବସାନ୍ତି। 
ସେମାନଙ୍କର ଫାଶରେ ମୋତେ ପଡ଼ିବା ପାଇଁ ଦିଅ ନାହିଁ। 
10 ଦୁଷ୍ଟମାନେ ନିଜ ନିଜ ଜାଲରେ ପଡ଼ନ୍ତୁ। 
ସେହି ଅବସରରେ ମୁଁ ରକ୍ଷା ପାଏ। 
* 141:5  ହାର୍ଦ୍ଦିକ ସ୍ୱାଗତ ଅଥବା “ମୋ’ ମସ୍ତକରେ ତୈଳ ଢଳାହେବା ସଦୃଶ।”
