58
ପ୍ରଧାନ ବାଦ୍ୟକର ନିମନ୍ତେ ଅଲ୍-ତଶ୍ହେତ୍ ସ୍ୱରରେ ଦାଉଦଙ୍କର ଗୀତ; ମିକ୍ତାମ୍। 
1 ବିଗ୍ଭରକଗଣ! ତୁମ୍ଭେ ନ୍ୟାୟ ଭାବରେ କୁହ କି? 
ତୁମ୍ଭେ ଲୋକମାନଙ୍କର ଧର୍ମ ବିଗ୍ଭର କର କି? 
2 ନା, ତୁମ୍ଭେ କେବଳ ମନ୍ଦକାର୍ଯ୍ୟ କରିବା ପାଇଁ ଚିନ୍ତା କରୁଛ। 
ତୁମ୍ଭେମାନେ ନିଜେ ଏହି ଦେଶରେ ଅପରାଧ କରୁଛି। 
3 ସେହି ଦୁଷ୍ଟ ଲୋକମାନେ ଜନ୍ମ ହେବା ମାତ୍ରେ ବିପଥଗାମୀ। 
ସେମାନେ ଜନ୍ମଠାରୁ ମିଥ୍ୟାବାଦୀ। 
4 ସେମାନଙ୍କର କ୍ରୋଧ ସର୍ପର ବିଷତୁଲ୍ୟ ବିପଦପୂର୍ଣ୍ଣ। 
ଆଉ ନାଗସାପ ପରି ଯିଏ ଶୁଣିପାରିବ ନାହିଁ, ସେମାନେ ସତ କଥା ଶୁଣିବାକୁ ବାରଣ କରନ୍ତି। 
5 ସାପୁଆକେଳାମାନଙ୍କର ବାଦ୍ୟ କିଅବା ଗୀତକୁ ନାଗସାପ ଶୁଣି ପାରିବ ନାହିଁ। 
ଆଉ ସେହି ମନ୍ଦ ଲୋକମାନେ ସେହିପରି, ଯେତେବେଳେ ସେମାନେ ସେମାନଙ୍କର ମନ୍ଦ ଯୋଜନା କରନ୍ତି। 
6 ହେ ପରମେଶ୍ୱର, ସେହି ଲୋକମାନେ ସିଂହ ପରି। 
ତେଣୁ ହେ ପରମେଶ୍ୱର, ସେମାନଙ୍କର ଦାନ୍ତସବୁ ଭାଙ୍ଗି ଦିଅ। 
7 ସେମାନେ ବହନ୍ତା ଜଳପରି ଅନ୍ତର୍ଦ୍ଧାନ ହୋଇ ଯାଆନ୍ତୁ। 
ରାସ୍ତାର ଘାସ ତୁଲ୍ୟ ସେମାନେ ପଦଦଳିତ ହୁଅନ୍ତୁ। 
8 ଶାମୁକା ଗତି କଲାବେଳେ ତରଳି ଯିବା ପରି ସେମାନେ ତରଳି ଯାଆନ୍ତୁ। 
ସୂର୍ଯ୍ୟାଲୋକ ଦେଖି ନ ଥିବା ମୃତବସ୍ଥାରେ ଜନ୍ମଲାଭ କରିଥିବା ସନ୍ତାନ ପରି ହୁଅନ୍ତୁ। 
9 ଜ୍ୱଳନ୍ତା କଣ୍ଟା ହାଣ୍ଡିକୁ ଗଲାପରି 
ସେମାନେ ଶୀଘ୍ର ଧ୍ୱଂସ ହୁଅନ୍ତି। 
10 ଜଣେ ଧାର୍ମିକ ଲୋକ ଯେତେବେଳେ 
ସେହି ଦୁଷ୍ଟ ଲୋକମାନଙ୍କୁ ଦଣ୍ଡିତ ହେବାର ଦେଖେ, ସେ ଆନନ୍ଦିତ ହେବ। 
11 ଯେତେବେଳେ ଏପରି ଘଟେ, ଲୋକମାନେ କହିବେ, “ଏଣୁ ଯେଉଁ ଲୋକମାନେ ଯାହା ଧାର୍ମିକ ତାହା କରନ୍ତି, ସତରେ ପୁରସ୍କୃତ ଅଟନ୍ତି। 
ସତରେ ପରମେଶ୍ୱର ଅଛନ୍ତି, ଯିଏ ପୃଥିବୀ ଉପରେ ବିଗ୍ଭର କରନ୍ତି।” 
