69
ପ୍ରଧାନ ବାଦ୍ୟକର ନିମନ୍ତେ ଶୋଶନ୍ନୀମ୍ ସ୍ୱରରେ ଦାଉଦଙ୍କର ଗୀତ। 
1 ହେ ପରମେଶ୍ୱର, ମୋତେ ମୋର ସମସ୍ତ ବିପଦରୁ ବଞ୍ଚାଅ। 
ମୋର ପ୍ରାଣ ପର୍ଯ୍ୟନ୍ତ ଜଳରାଶି ମାଡ଼ି ଯାଇଛି। 
2 ଯେଉଁଠାରେ ମୁଁ ଠିଆ ହୋଇ ପାରିବି ଏପରି କୌଣସି ବସ୍ତୁ ନାହିଁ। 
ମୁଁ ଗଭୀର ପଙ୍କ ଭିତରକୁ ଭାସି ଯାଉଛି। 
ମୁଁ ଅଗାଧ ଜଳରେ ଅଛି ଓ ମୋର ଚତୁର୍ପାର୍ଶ୍ୱରେ ଲହଡ଼ି ଭାଙ୍ଗୁଛି। 
କେବଳ ମୁଁ ବୁଡ଼ିଯିବା ଉପରେ। 
3 ସାହାଯ୍ୟ ପାଇଁ ଡାକି ଡାକି ମୁଁ ଦୁର୍ବଳ ହେବାକୁ ଯାଉଛି। 
ମୋର କଣ୍ଠ ଯନ୍ତ୍ରଣା ହେଉଛି। 
ମୁଁ ତୁମ୍ଭର ସହାୟତା ପାଇବା ପାଇଁ ବାଟ ଗ୍ଭହିଁଛି। 
ଏବଂ ଗ୍ଭହିଁ ଗ୍ଭହିଁ ମୋର ଆଖିଦ୍ୱୟ ଯନ୍ତ୍ରଣା କରୁଛି। 
4 ମୋର ଶତ୍ରୁମାନେ, ମୋର ମୁଣ୍ଡବାଳଠାରୁ ଅଧିକ। 
ସେମାନେ ବୃଥାରେ ମୋ’ ସହିତ ଶତ୍ରୁତା କରନ୍ତି। 
ସେମାନେ ମୋର ବିନାଶର କାମନା ବହୁତ କରୁଛନ୍ତି। 
ମୋର ଅନେକ ଶତ୍ରୁଗଣ ମୋ’ ବିଷୟରେ ମିଛ କଥା କହନ୍ତି। 
ସେମାନେ ମିଛରେ ମୋତେ ଗ୍ଭେର କହିଲେ 
ଏବଂ ସେହି ବସ୍ତୁଗୁଡ଼ିକ ମୋତେ ଦେବାକୁ କହିଲେ, ଯାହା ମୁଁ ଗ୍ଭେରି କରି ନାହିଁ। 
5 ହେ ପରମେଶ୍ୱର, ମୋର ମୂର୍ଖାମୀ ପାପଗୁଡ଼ିକ ତୁମ୍ଭେ ଜାଣ। 
ମୁଁ ମୋର ପାପଗୁଡ଼ିକ ତୁମ୍ଭଠାରେ ଲୁଗ୍ଭଇ ପାରିବି ନାହିଁ। 
6 ହେ ମୋର ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ, ଯେଉଁମାନେ ତୁମ୍ଭ ନିକଟରେ ଆଶା ରଖନ୍ତି, ସେମାନଙ୍କୁ ମୋ’ ପାଇଁ ଲଜ୍ଜିତ ହେବାକୁ ଅନୁମତି ଦିଅ ନାହିଁ। 
ହେ ଇସ୍ରାଏଲର ପରମେଶ୍ୱର, ତୁମ୍ଭର ଉପାସକମାନେ ମୋ’ ପାଇଁ ଅପମାନିତ ନ ହୁଅନ୍ତୁ। 
7 ମୋର ମୁହଁ ଲଜ୍ଜାରେ ନଇଁ ପଡ଼ୁଛି। 
ମୁଁ ଏହି ଲଜ୍ଜା ପାଇଁ ତୁମ୍ଭ ନିକଟରେ ସହ୍ୟ କରିଛି। 
8 ମୋ’ ନିଜ ଭାଇମାନେ ମୋ’ ସହିତ ଅଚିହ୍ନା ଲୋକ ପରି ବ୍ୟବହାର କଲେ। 
ମୋର ମାଙ୍କର ପୁଅମାନେ ମୋତେ ବିଦେଶୀ ପରି ବ୍ୟବହାର କଲେ। 
9 ମୋର ମତରେ ତୁମ୍ଭ ମନ୍ଦିର ପାଇଁ ମୁଁ ଧ୍ୱଂସ ହୋଇଛି। 
ଯେଉଁମାନେ ତୁମ୍ଭର ଉପହାସ କରନ୍ତି ତାହା ମୋତେ ବାଧେ। 
10 ମୁଁ କାନ୍ଦେ ଏବଂ ଉପବାସ କରେ, 
ଏଥିପାଇଁ ଲୋକମାନେ ମୋର ଉପହାସ କରନ୍ତି। 
11 ମୁଁ ଶୋକରେ ଚଟବସ୍ତ୍ର ପରିଧାନ କରେ 
ଏବଂ ଲୋକମାନେ ମୋତେ ପରିହାସ କରନ୍ତି। 
12 ସେମାନେ, ସର୍ବସାଧାରଣ ସ୍ଥାନରେ ମୋର ଚର୍ଚ୍ଚା କରୁଛନ୍ତି 
ଏବଂ ମଦୁଆମାନେ ମୋ’ ବିଷୟରେ ତାଚ୍ଛଲ୍ୟଭରା ଗୀତ ଗାଉଛନ୍ତି। 
13 ହେ ସଦାପ୍ରଭୁ, ମୋ’ ଜାଣିବାରେ ମୁଁ ପ୍ରାର୍ଥନା କରେ 
ତୁମ୍ଭେ ମୋତେ ଗ୍ରହଣ କରିନିଅ। 
ହେ ପରମେଶ୍ୱର, ମୁଁ ଆଶାକରେ ତୁମ୍ଭେ ମୋତେ ତୁମ୍ଭର ପରିତ୍ରାଣର ସତ୍ୟତା ଅନୁସାରେ ଉତ୍ତର ଦିଅ। 
ମୁଁ ଜାଣେ, ପରିତ୍ରାଣ ପାଇଁ ମୁଁ ତୁମ୍ଭଠାରେ ଭରସା କରି ପାରିବି। 
14 ମୋତେ ପଙ୍କ ସ୍ଥାନରୁ ବଞ୍ଚାଅ। 
ମୋତେ ପଙ୍କ ମଧ୍ୟରେ ବୁଡ଼ିବାକୁ ଦିଅ ନାହିଁ। 
ଯେଉଁମାନେ ମୋତେ ଘୃଣା କରନ୍ତି, ସେମାନଙ୍କଠାରୁ ମୋତେ ରକ୍ଷା କର। 
ମୋତେ ଏହି ଗଭୀର ପାଣିରୁ ବଞ୍ଚାଅ। 
15 ବନ୍ୟା ଲହରୀ ମୋତେ ଯେମିତି ବୁଡ଼ାଇ ନ ଦେଉ। 
ଗଭୀର ସମୁଦ୍ର ମୋତେ ଗ୍ରାସ ନ କରୁ। 
କବର ମୋତେ ଗିଳି ନ ଦେଉ। 
16 ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଉତ୍ତମ। 
ତେଣୁ ମୋତେ ଉତ୍ତର ଦିଅ। 
ମୋର ସହାୟତା ପାଇଁ କୃପାସହକାରେ ମୋତେ ଗ୍ଭହଁ। 
17 ତୁମ୍ଭର ଦାସପ୍ରତି ମୁହଁ ଫେରାଅ ନାହିଁ। 
ମୁଁ ବିପଦରେ ପଡ଼ିଛି, ମୋତେ ଶୀଘ୍ର ଉତ୍ତର ଦିଅ। 
18 ଆସ ମୋର ପ୍ରାଣ ରକ୍ଷା କର, 
ଆସ ଓ ମୋର ଶତ୍ରୁମାନଙ୍କଠାରୁ ମୋତେ ବଞ୍ଚାଅ। 
19 ତୁମ୍ଭେ ଜାଣ ମୋର ଶତ୍ରୁମାନେ ମୋତେ ନିନ୍ଦା 
ଓ ଅପମାନିତ କରିଛନ୍ତି। 
ସେମାନେ ମୋ’ ସହିତ ଏହା କରିବାର ତୁମ୍ଭେ ଦେଖିଛ। 
20 ଲଜ୍ଜା ମୋତେ ଖଣ୍ଡ ଖଣ୍ଡ କରି ଭାଙ୍ଗି ଦେଇଛି। 
କାରଣ ଲଜ୍ଜା ଯୋଗୁଁ ମୁଁ ମୃତ୍ୟୁବରଣ କରିବା ଉପରେ, ମୁଁ ସହାନୁଭୂତି ପାଇଁ ଡାକିଲି, 
କେହି ସହାନୁଭୂତି ଦେଖାଇଲେ ନାହିଁ। 
ମୁଁ ଲୋକମାନଙ୍କୁ ଖୋଜିଲି, 
କିନ୍ତୁ ଯେଉଁମାନେ ମୋତେ ସାନ୍ତ୍ୱନା ଦେଇ ପାରିବେ, 
କେହି ସହାନୁଭୂତି ଦେଖାଇଲେ ନାହିଁ। 
21 ସେମାନେ ମୋତେ ଖାଦ୍ୟ ବଦଳରେ ତୁଷ 
ଏବଂ ଦ୍ରାକ୍ଷାରସ ବଦଳରେ ଅମ୍ଳରସ ଦେଲେ। 
22 ସେମାନଙ୍କର ମେଜ ଖାଦ୍ୟରେ ପୂର୍ଣ୍ଣ ଥିଲା। 
ସେମାନେ ଏମିତି ସହଭାଗିତାର ଖାଦ୍ୟ ଖାଉଥିଲେ ଯେ, ମୁଁ ଆଶଙ୍କା କଲି ସେହି ଖାଦ୍ୟ ସେମାନଙ୍କୁ ନଷ୍ଟ କରିବ। 
23 ସେମାନେ ଅନ୍ଧ ହୁଅନ୍ତୁ। 
ସେମାନଙ୍କ ଅଣ୍ଟା ନଇଁ ଯାଉ। 
24 ସେମାନଙ୍କ ଉପରେ ତୁମ୍ଭର ବଡ଼ କ୍ରୋଧ ଢାଳି ଦିଅ। 
ତୁମ୍ଭର କ୍ରୋଧ ସେମାନଙ୍କୁ ଗ୍ରାସ କରୁ। 
25 ସେମାନଙ୍କର ଗୃହଗୁଡ଼ିକୁ ଶୂନ୍ୟ କର। 
କେହି ଜୀବିତ ନ ରୁହନ୍ତୁ। 
26 ତୁମ୍ଭେ ଆଘାତ କରିଥିବା ଲୋକମାନଙ୍କୁ, ସେମାନେ ଯାତନା ଦିଅନ୍ତି। 
ସେମାନେ ଯନ୍ତ୍ରଣା ବିଷୟରେ କଥାବାର୍ତ୍ତା ହୁଅନ୍ତି, ଯେଉଁମାନଙ୍କୁ ତୁମ୍ଭେ କ୍ଷତାକ୍ତ କରିଅଛ। 
27 ସେମାନେ କରିଥିବା ମନ୍ଦକାର୍ଯ୍ୟ ପାଇଁ ସେମାନଙ୍କୁ ଦଣ୍ଡ ଦିଅ। 
ତୁମ୍ଭର ଦୟା ପରାୟଣତା ତାଙ୍କୁ ଦେଖାଅ ନାହିଁ। 
28 ଜୀବନ-ପୁସ୍ତକରୁ ସେମାନଙ୍କର ନାମ ପୋଛି ଦିଅ 
ଓ ସେମାନଙ୍କ ନାମ ଧାର୍ମିକମାନଙ୍କ ସହିତ ଲେଖ ନାହିଁ। 
29 ମୁଁ ଦୁଃଖୀ ଓ ଶୋକାକୁଳ ଅଟେ। 
ହେ ପରମେଶ୍ୱର, ମୋତେ ଉଦ୍ଧାର କର। 
ମୋତେ ରକ୍ଷା କର। 
30 ମୁଁ ଗୀତରେ ପରମେଶ୍ୱରଙ୍କ ନାମର ପ୍ରଶଂସା ଗାନ କରିବି 
ଓ ଧନ୍ୟବାଦ ସହ ତାଙ୍କର ଗୌରବ ଗାନ କରିବି। 
31 ସଦାପ୍ରଭୁ ଏଥିରେ ପ୍ରସନ୍ନ ହେବେ। 
ଏକ ଶିଙ୍ଗ ଓ ଖୁରା ସହିତ ଷଣ୍ଢ କିଅବା ପଶୁ ବଳି ଦେବା ଅପେକ୍ଷା ଏହା ଅଧିକ ଉତ୍ତମ ଅଟେ। 
32 ହେ ଗରିବ ଲୋକମାନେ, କିଏ ପରମେଶ୍ୱରଙ୍କ ଆରାଧନା କରିବା ପାଇଁ ଆସିଅଛି, 
ତୁମ୍ଭେ ଏହି କଥା ଜାଣିବା ପାଇଁ ଆନନ୍ଦିତ ହୋଇଯିବ। 
33 ସଦାପ୍ରଭୁ ଅସହାୟମାନଙ୍କର ଗୁହାରି ଶୁଣନ୍ତି। 
ସେ ତାଙ୍କର ବନ୍ଦୀଥିବା ଲୋକମାନଙ୍କୁ ଘୃଣା କରନ୍ତି ନାହିଁ। 
34 ଆକାଶ ଓ ପୃଥିବୀ, ସମୁଦ୍ର ଓ ତନ୍ମଧ୍ୟସ୍ଥ ସକଳ ଜଙ୍ଗମ 
ତାଙ୍କର ପ୍ରଶଂସା କରନ୍ତୁ। 
35 ସଦାପ୍ରଭୁ ସିୟୋନକୁ ପରିତ୍ରାଣ କରିବେ 
ଓ ଯିହୁଦାର ନଗରସବୁ ପୁନଃନିର୍ମାଣ କରିବେ। 
ତାଙ୍କର ଲୋକମାନେ ସେଠାରେ ରହିବେ ଏବଂ ଦେଶ ପୁଣି ଥରେ ତାଙ୍କର ହେବ। 
36 ତାହାଙ୍କ ଦାସମାନଙ୍କ ବଂଶଧର ତାହା ଭୋଗ କରିବେ। 
ଆଉ ତାହାଙ୍କ ନାମର ସ୍ନେହକାରୀଗଣ ତହିଁ ମଧ୍ୟରେ ବାସ କରିବେ। 
