9
ପ୍ରଧାନ ବାଦ୍ୟକର ନିମନ୍ତେ ବେ‌‌ନ୍‌‌ର ମୂତ୍-ଲବ୍ବନ୍ ସ୍ୱରରେ ଦାଉଦଙ୍କର ଗୀତ।
ମୁଁ ଅନ୍ତରର ସହିତ ସଦାପ୍ରଭୁଙ୍କୁ ପ୍ରଶଂସା କରେ।
ହେ ସଦାପ୍ରଭୁ ତୁମ୍ଭ ସୃଷ୍ଟିର ସମସ୍ତ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ ସମ୍ପର୍କରେ ମୁଁ ବର୍ଣ୍ଣନା କରିବି।
ତୁମ୍ଭେ ମୋତେ ଅତି ଆନନ୍ଦ ଦେଇଛ।
ହେ ସର୍ବୋପରିସ୍ଥ ପରମେଶ୍ୱର, ମୁଁ ଶତମୁଖରେ ତୁମ୍ଭର ପ୍ରଶଂସା ଗାନ କରିବି।
ଯେତେବେଳେ ସେମାନେ ମୋ’ଠାରୁ ଦୌଡ଼ି ପଳାଇବା ପାଇଁ ବୁଲି ପଡ଼ିଲେ,
ମୋର ଶତ୍ରୁମାନେ ତୁମ୍ଭ ସାକ୍ଷାତରେ ଧ୍ୱଂସ ହେଲେ।
ତୁମ୍ଭେ ହେଉଛ ସବୁଠାରୁ ବିଗ୍ଭରବନ୍ତ।
ତୁମ୍ଭେ ସିଂହାସନରେ ବିଗ୍ଭରପତିର ଆସନ ଅଳଙ୍କୃତ କରି ବସୁଛ।
ହେ ସଦାପ୍ରଭୁ, ତୁମ୍ଭେ ମୋ’ କଥା କର୍ଣ୍ଣପାତ କଲ ଓ ତା’ପରେ ମୋ’ ପାଇଁ ନିଷ୍ପତ୍ତି ନେଲ।
ତୁମ୍ଭେ ସେହି ଅନ୍ୟ ଲୋକମାନଙ୍କୁ ସମାଲୋଚନା କରିଛ।
ହେ ସଦାପ୍ରଭୁ, ତୁମ୍ଭେ ସେହି ଦୁଷ୍ଟ ଲୋକଙ୍କୁ ମଧ୍ୟ ଧ୍ୱଂସ କରିଛ।
ତୁମ୍ଭେ ସେହି ମାନଙ୍କର ନାମ ସବୁଦିନ ପାଇଁ ନିଶ୍ଚିହ୍ନ କରିଦେଇଛ।
ଆଜି ସେହିମାନଙ୍କ ମଧ୍ୟରୁ କେହି ଜୀବିତ ନାହାନ୍ତି।
ଶତ୍ରୁମାନେ ନିଶ୍ଚିହ୍ନ ହୋଇଛନ୍ତି।
ହେ ସଦାପ୍ରଭୁ ତୁମ୍ଭେ ସେମାନଙ୍କର ନଗରକୁ ଧ୍ୱଂସ କରିଛ।
ବର୍ତ୍ତମାନ କେବଳ ଭଙ୍ଗା ଅଟ୍ଟାଳିକାର ଧ୍ୱଂସାବଶେଷ ବିଦ୍ୟମାନ।
ଆଜି ସେମାନଙ୍କୁ ମନେ ପକାଇବା ପାଇଁ କିଛି ଅବଶେଷ ବାକିରହି ନାହିଁ।
କିନ୍ତୁ ସଦାପ୍ରଭୁ ଚିରକାଳ ରାଜାରୂପେ ବିଦ୍ୟମାନ,
ସେ ତାହଙ୍କର ରାଜ୍ୟକୁ ଶକ୍ତିଶାଳୀ କରନ୍ତି।
ସେ ଏହି ପୃଥିବୀର ମଙ୍ଗଳ କରନ୍ତି।
ସଦାପ୍ରଭୁ ଏ ପୃଥିବୀର ସବୁ ମଣିଷ ପ୍ରତି ସମାନ ବିଗ୍ଭର ପ୍ରଦର୍ଶନ କରନ୍ତି।
ସେ ସବୁ ରାଜ୍ୟମାନଙ୍କ ପ୍ରତି ସମାନ ନ୍ୟାୟ ପ୍ରଦାନ କରନ୍ତି।
କେତେକ ଲୋକ ଦଳିତ ବୋଲି ଅନୁଭବ କରନ୍ତି
କାରଣ ସେମାନେ ଗରିବ ଏବଂ ସେମାନଙ୍କର ଅସୁବିଧା ଅଛି।
ଯେତେବେଳେ ସେମାନେ ସମସ୍ୟାରେ ପଡ଼ନ୍ତି
ସଦାପ୍ରଭୁ ସେମାନଙ୍କୁ ନିରାପତ୍ତା ଦିଅନ୍ତି।
10 ଯେଉଁ ଲୋକମାନେ ତୁମ୍ଭର ନାମକୁ ଜାଣନ୍ତି
ସେମାନେ ତୁମ୍ଭକୁ ବିଶ୍ୱାସ କରିବେ।
ହେ ସଦାପ୍ରଭୁ ଯଦି ଲୋକମାନେ ତୁମ୍ଭ ପାଖକୁ ଆସନ୍ତି
ତୁମ୍ଭେ ସେମାନଙ୍କୁ ସାହାଯ୍ୟ ନ କରି ଛାଡ଼ିଦିଅ ନାହିଁ।
11 ହେ ସିୟୋନ ନିବାସୀ ତୁମ୍ଭେ ସର୍ବଦା ପରମେଶ୍ୱରଙ୍କର ପ୍ରଶଂସା ଗାନ କର।
ସେ କରିଥିବା ସମସ୍ତ ମହାନ କାର୍ଯ୍ୟ ରାଜ୍ୟମାନଙ୍କ ଆଗରେ ପ୍ରକାଶ କର।
12 ସଦାପ୍ରଭୁ ତାଙ୍କ ନିକଟକୁ ସାହାଯ୍ୟ ପାଇଁ ଯାଇଥିବା
ଲୋକମାନଙ୍କୁ ମନେ ରଖନ୍ତି।
ସେହି ଗରିବ ଲୋକମାନେ ସାହାଯ୍ୟ ପାଇଁ ଆକୁଳ ନିବେଦନ କରନ୍ତି
ଓ ସଦାପ୍ରଭୁ ସେମାନଙ୍କ କଥା ଭୁଲି ପାରନ୍ତି ନାହିଁ।
13 ମୁଁ ଏହି ପ୍ରାର୍ଥନା ପରମେଶ୍ୱରଙ୍କ ନିକଟରେ କରିବି, “ହେ ସଦାପ୍ରଭୁ, ମୋ’ ପ୍ରତି ଦୟାକର।
ଦେଖ, ମୋର ଶତ୍ରୁମାନେ କିଭଳି ମୋ’ ପଛରେ ମୋତେ ଆଘାତ କରିବାକୁ ଲାଗିଛନ୍ତି।
ମୋତେ ‘ମୃତ୍ୟୁ ସ୍ଥାନରୁ’ ଉଦ୍ଧାର କର।
14 ତା’ପରେ ଯିରୁଶାଲମର ଫାଟକ ପାଖରେ ଥାଇ ତୁମ୍ଭକୁ ପ୍ରଶଂସା କରି ମୁଁ ଗୀତ ଗାଇବି।
ମୁଁ ଆଜି ଅତ୍ୟନ୍ତ ଆନନ୍ଦିତ କାରଣ ତୁମ୍ଭେ ମୋତେ ରକ୍ଷା କରିଛ।”
15 ଅନ୍ୟ ରାଜ୍ୟର ସେହି ଲୋକମାନେ ଅନ୍ୟ ଲୋକମାନଙ୍କ ବିରୁଦ୍ଧରେ ଗାଡ଼ ଖୋଳନ୍ତି ଓ ଯନ୍ତା ବସାନ୍ତି।
କିନ୍ତୁ ସେମାନେ ନିଜେ ବସାଇ ଥିବା ଯନ୍ତାରେ ପଡ଼ନ୍ତି।
ସେହି ଲୋକମାନେ ଅନ୍ୟକୁ ଧରିବା ପାଇଁ ଫାଶ ବସାଇ ଥା’ନ୍ତି କିନ୍ତୁ ଶେଷରେ ସେମାନେ ନିଜେ ସେହି ଜାଲରେ ଧରାପଡ଼ନ୍ତି।
16 ସଦାପ୍ରଭୁ ସେହି ଦୁଷ୍ଟ ଲୋକମାନଙ୍କୁ ଧରିପକାନ୍ତି,
ଏହା ଦ୍ୱାରା ଲୋକମାନେ ଶିକ୍ଷା କରନ୍ତି ଯେ ସଦାପ୍ରଭୁ ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅନ୍ତି।
17 ଯେଉଁମାନେ ପରମେଶ୍ୱରଙ୍କୁ ଭୁଲି ଯାଆନ୍ତି
ସେମାନେ ମନ୍ଦ ଲୋକ ଅଟନ୍ତି।
ସେମାନେ ମୃତ୍ୟୁ ସ୍ଥାନକୁ ଯିବେ।
18 ବେଳେବେଳେ ଏହା ଜଣାପଡ଼େ ଯେ ପରମେଶ୍ୱର ବିପଦରେ ପଡ଼ିଥିବା ଲୋକମାନଙ୍କୁ ଭୁଲି ଯାଆନ୍ତି।
ଏହାର ଅର୍ଥ ନୁହେଁ ଯେ ସେହି ଗରିବ ବ୍ୟକ୍ତିମାନଙ୍କର କୌଣସି ଆଶା ନ ଥାଏ।
କିନ୍ତୁ ପରମେଶ୍ୱର ସର୍ବଦା ସେମାନଙ୍କୁ ଭୁଲନ୍ତି ନାହିଁ।
19 ହେ ସଦାପ୍ରଭୁ ତୁମ୍ଭେ ଜାଗ୍ରତ ହୁଅ।
ସେହି ଜାତିମାନଙ୍କୁ ନ୍ୟାୟ ପ୍ରଦାନ କର।
ଲୋକମାନଙ୍କୁ ଭାବିବାକୁ ସୁଯୋଗ ଦିଅ ନାହିଁ ଯେ, ସେମାନେ ଶକ୍ତିଶାଳୀ ଅଟନ୍ତି।
20 ଲୋକମାନଙ୍କୁ ଏକ ଶିକ୍ଷା ପ୍ରଦାନ କର।
ସେମାନେ ଜାଣିବା ଉଚିତ୍ ଯେ, ସେମାନେ କେବଳ ମନୁଷ୍ୟ ମାତ୍ର ଅଟନ୍ତି।
-ସେଲା-